MKCG ମେଡିକାଲ କଲେଜରେ ପୁଣି ରାଗିଂ …ଦ୍ଵିତୀୟ ବର୍ଷ MBBS ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଙ୍ଗ କରୁଥିବା ଅଭିଯୋଗ… ଜେନେରାଲ ବଡି ମିଟିଂ ନାମରେ ଡାକି ଘଣ୍ଟା ଘଣ୍ଟା ଧରି କରାଉଛନ୍ତି ଠିଆ
MKCG ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ। ଦ୍ଵିତୀୟ ବର୍ଷ MBBS ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଙ୍ଗ କରୁଥିବା ଅଭିଯୋଗ। ଜେନେରାଲ ବଡିଂ ମିଟିଂ ନାମରେ ଡାକି ଘଣ୍ଟା ଘଣ୍ଟା ଧରି ଠିଆ କରାଉଥିବା ନେଇ ଅଭିଯୋଗ। ପ୍ରତିବାଦ କଲେ ଆଣ୍ଠେଇ ବସିବାକୁ ବାଧ୍ୟ କରାଯାଉଛି। ଅଗଷ୍ଟ ୧୮ ତାରିଖରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ।
ସିନିୟର ଛାତ୍ର ହଷ୍ଟେଲକୁ ଆସି ଗାଳି ଗୁଲଜ କରି ଧମକ ଚମକ ଦେଉଥିବା ନେଇ ବି ହୋଇଛି ଅଭିଯୋଗ। ପ୍ରାୟ ୬ରୁ ୭ ଜଣ ସିନିୟର୍ ଛାତ୍ର ରାଗିଂ କରୁଥିବା ଅଭିଯୋଗ। ଆଜି ମେଡିକାଲ କଲେଜର ଆଣ୍ଟିଂ ରାଗିଂ ସେଲ୍ ବୈଠକ ବସିବ।