ପହଲଗାମ ନରସଂହାରରେ ସାମିଲ ଥିବା ୩ ସନ୍ଦିଗ୍ଧ କୁଖ୍ୟାତ ଆତଙ୍କବାଦୀ ସଫା। ଅପରେସନ ମହାଦେବ ବଳରେ ୩ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ଭାରତର ବୀର ଯବାନ। ଜମ୍ମୁ-କଶ୍ମୀରର ଶ୍ରୀନଗରର ଦୀର୍ଘ ସମୟର ଜୋରଦାର ଗୁଳି ବିନିମୟ ଓ ଛକାପଞ୍ଝା ପରେ ସୁରକ୍ଷାକର୍ମୀଙ୍କ ଏପରି ସଫଳତା ମିଳିଛି।
ଶ୍ରୀନଗରର ଲିଡୱାସ ସ୍ଥିତ ମହାଦେବ ପାହାଡ଼ ନିକଟରେ କିଛି ବିଦେଶୀ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ଏହାର ନାଁ ଅପରେସନ ମହାଦେବ ରଖା ଯାଇଥିଲା। ଅପରେସନ ମହାଦେବରେ ସେନା, ଜମ୍ମୁ-କଶ୍ମୀର ପୁଲିସ୍ ଓ ସିଆରପିଏଫ ଯବାନ ସାମିଲ ହୋଇଥିଲେ।