ରବିବାର ରାତିରୁ ରାଜଧାନୀରେ ବର୍ଷା ଲାଗି ରହିଛି । ଓଡିଶାର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ବର୍ଷା ହେଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ 27 ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ ସହିତ ଝଡ଼ବର୍ଷାର ସମ୍ଭାବନା ନେଇ ଆଲର୍ଟ ଜାରି ହୋଇଥିଲା ।୨୫ ଜୁନ୍ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ପ୍ରଭାବରେ ଆସନ୍ତା ୨୫ ତାରିଖରୁ ରାଜ୍ୟରେ ଭାରି ବର୍ଷା ବା ପ୍ରବଳ ବର୍ଷାର ସମ୍ଭାବନା ରହିଛି ।୨୪ ଏବଂ ୨୫ ତାରିଖରେ ଉପକୂଳ ଓଡ଼ିଶା ଏବଂ ଏହାର ଆଖପାଖରେ ୪୫ କିମିରୁ ୫୫ କିମି ବେଗରେ ପବନ ବହିବା ସହିତ ଝଡ଼ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ବିଭାଗ I ତେବେ ସାରା ଓଡିଶାରେ ଆହୁରି 5 ଦିନ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଜାରି ରହିବ ।
ରାଜ୍ୟର କିଛି ଜିଲ୍ଲା କୁ 25, 26 ଓ 27 ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । 25 ତାରିଖ ବେଳକୁ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ରହିଛି ସମ୍ଭାବନା । ତେବେ ଆଉ ଅନ୍ୟ ଜିଲ୍ଲା ମାନଙ୍କରେ ବି ପ୍ରବଳ ବର୍ଷା ନେଇ ସତର୍କ କରିଛି ବିଭାଗ ।
Discover more from Emerging Odisha
Subscribe to get the latest posts sent to your email.