ଟ୍ରମ୍ପଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ଜେନେଲସ୍କି
ସାଙ୍ଗରେ ରହିବେ ୟୁରୋପୀୟ ଓ ନାଟୋ ଦେଶର ନେତା
ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବା ବିଷୟରେ ଆଲୋଚନା
ଆଜି ହ୍ବାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ଜେନେଲସ୍କି। ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସାଙ୍ଗରେ ରହିବେ ୟୁରୋପୀୟ ଓ ନାଟୋ ଦେଶର ନେତା। ଇଟାଲୀ ପିଏମ୍, ଫ୍ରାନ୍ସ ରାଷ୍ଟ୍ରପତି, ଜର୍ମାନ ଚାନ୍ସଲର, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଓ ନାଟୋ ମହାସଚିବ ଜେଲେନସ୍କିଙ୍କ ସହ ମିଶି ଟ୍ରମ୍ପଙ୍କୁ କରିବେ ସାକ୍ଷାତ।
ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ସାକ୍ଷାତ ପରେ ଏବେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବା ବିଷୟରେ ଆଲୋଚନା କରିବା ନେଇ ୟୁକ୍ରେନୀୟ ରାଷ୍ଟ୍ରପତି ଶନିବାର ଦିନ ଘୋଷଣା କରିଛନ୍ତି। ଜେଲେନ୍ସକି କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଲାସ୍କାରେ ପୁଟିନଙ୍କୁ ଭେଟିବା ପରେ ଶନିବାର ଟ୍ରମ୍ପଙ୍କ ସହ ତାଙ୍କର ଲମ୍ବା ଏବଂ ଫଳପ୍ରଦ ଆଲୋଚନା ହୋଇଥିଲା। ସେହି ବୈଠକ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତିରେ ପହଞ୍ଚି ନଥିଲା।