ପାକିସ୍ତାନୀ ବିଜନେସ ୱମେନ କନୱାଲ ଚୀମା ‘ମାଇଁ ଇମ୍ପ୍ୟାକ୍ଟ ମିଟର’ର ସିଇଓ ଅଟନ୍ତି । ସୋସିଆଲ ମିଡିଆରେ ସେ ତାଙ୍କର ଭିଡିଓ ଛାଡିବା ପରେ ୟୁଜର୍ସମାନେ ତାଙ୍କୁ ଭାରତର ବିଶ୍ଵସୁନ୍ଦରୀ ଅଭିନେତ୍ରୀ ଐଶ୍ଵର୍ଯ୍ୟାଙ୍କ ସହ ତୁଳନା କରିଛନ୍ତି ।
ସେହି ଚେହେରା, ସେହି ଅନ୍ଦାଜ , ଅବିକଳ ସେହି ମୁହଁ । ଐଶ୍ଵର୍ଯ୍ୟା ରାୟଙ୍କ ଭଳି ଏକଦମ ସମାନ ଚେହେରା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତେ ତାଙ୍କୁ ଐଶ୍ଵର୍ଯ୍ୟାଙ୍କ ଯମଜ ବୋଲି କହୁଛନ୍ତି । ପାକିସ୍ତାନୀ ବିଜନେସ ୱମେନ କନୱାଲ ଚୀମା ‘ମାଇଁ ଇମ୍ପ୍ୟାକ୍ଟ ମିଟର’ର ସିଇଓ ଅଟନ୍ତି । ସୋସିଆଲ ମିଡିଆରେ ସେ ତାଙ୍କର ଭିଡିଓ ଛାଡିବା ପରେ ୟୁଜର୍ସମାନେ ତାଙ୍କୁ ଭାରତର ବିଶ୍ଵସୁନ୍ଦରୀ ଅଭିନେତ୍ରୀ ଐଶ୍ଵର୍ଯ୍ୟାଙ୍କ ସହ ତୁଳନା କରିଛନ୍ତି । କେବଳ ତାଙ୍କର ଚେହେରା ନୁହେଁ, ବରଂ ତାଙ୍କର କଥା କହିବାର ଅନ୍ଦାଜ, ତାଙ୍କର ଚାହାଣୀ ଐଶ୍ଵର୍ଯ୍ୟାଙ୍କ ସହ ଖାପ ଖାଉଛି । ଆଉ ଏକ ସବୁଠୁ ଖାସ କଥା ହେଉଛି, କନୱାଲ ତାଙ୍କ ମୁହଁର ମେକଅପ୍ ମଧ୍ୟ ଐଶ୍ଙ୍କ ଭଳି କରିଥାନ୍ତି । ଏହି କାରଣରୁ ଚେହେରା ଆହୁରି ଐଶ୍ଙ୍କ ସହ ସମାନ ଲାଗୁଛି । ମଝି ସିନ୍ଥିରୁ ଶିରା କାଢି ଚୁଟି କୁଣ୍ଡାଇବା ଠାରୁ ନେଇ ବୋଲ୍ଡ ଲିପଷ୍ଟିକ ଯାଏଁ ସବୁ ସେ ଐଶ୍ଙ୍କ ଭଳି କରିଥାନ୍ତି ।
ଚୀମା ପାକିସ୍ତାନର ଇସଲାମବାଦରେ ରୁହନ୍ତି । ଜନ୍ମ ହେବାପରେ ସେ ଇସଲାମବାଦରେ ରହୁଥିଲେ । ପରେ ସେ ତାଙ୍କ ବାପା ମାଆଙ୍କ ସହ ସାଉଦୀ ଆରବର ରିୟାଦ ଚାଲି ଯାଇଥିଲେ । ସାଉଦି ଆରବ ସ୍କୁଲ ଯିବା ପୂର୍ବରୁ ସେ ପାକିସ୍ତାନରେ ପଢୁଥିଲେ । ପୁଣି କିଛିବର୍ଷ ପରେ ସେମାନେ ପାକିସ୍ତାନ ଚାଲି ଆସିଥିଲେ ।
ଜଣେ ପାକିସ୍ତାନୀ ଉସ୍ଥାପକ ତାଙ୍କୁ ଏଖ ସାକ୍ଷାତକାରରେ ଐଶ୍ଵର୍ଯ୍ୟାଙ୍କ ସହ ମିଶୁଥିବା ତାଙ୍କର ଚେହେରା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ଆଉ ତାଙ୍କର କଥା କହିବାର ଶୈଳୀ ତାଙ୍କର ସ୍ଵର ମଧ୍ୟ ମିଶୁଥିବା ଉପରେ ପ୍ରଶ୍ନ ପଚାରିଥିଲେ । ଏହାର କୌଣସି ଉତ୍ତର ନଦେବାକୁ ସେ ସଫା ସଫା ମନା କରିଥଇଲେ । ଅଧିକ ବାଧ୍ୟ କରିବାରୁ ସେ କହଥିଲେ , ଯଦି ସମସ୍ତଙ୍କୁ ତାଙ୍କର ଭାଷଣ ଶୁଣିବାକୁ ଭଲ ଲାଗୁଛି, ତାହେଲେ ତାଙ୍କ ରୂପ ରଙ୍ଗର ଚର୍ଚ୍ଚା କାହିଁକି ହେଉଛି ।
ପୂର୍ବରୁ ସୋସିଆଲ ମିଡିଆ ଇନଫ୍ଲ୍ୟୁନ୍ସର ଆଶିତା ସିଂଙ୍କୁ ଐଶ୍ଵର୍ଯ୍ୟାଙ୍କ ଚେହେରା ସହ ତୁଳନା କରାଯାଉଥିଲା ।
Discover more from Emerging Odisha
Subscribe to get the latest posts sent to your email.