ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ୬୫୮୯ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

Spread the love

ବ୍ୟାଙ୍କ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ କ୍ଲର୍କ (ଜୁନିଅର ଆସୋସିଏଟ କଷ୍ଟମର ସପୋର୍ଟ ଆଣ୍ଡ ସେଲ୍ସ) ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ପ୍ରକ୍ରିୟାରେ ୬୫୮୯ ପଦବୀ ପୂରଣ ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ନୋଟିଫିକେସନ ମୁତାବକ, ଏସବିଆଇ କ୍ଲର୍କ ପାଇଁ ପରୀକ୍ଷା ସେପ୍ଟେମ୍ବର ଏବଂ ନଭେମ୍ବରରେ ହେବ ।
ତେବେ ନୋଟିଫିକେସନ ମୁତାବକ, ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ କେବଳ ଗୋଟିଏ ରାଜ୍ୟ ପାଇଁ ଆବେଦନ କରିପାରିବେ । ତେଣୁ ଯେଉଁ ରାଜ୍ୟ ପାଇଁ ଆବେଦନ କରୁଛନ୍ତି, ସେଠିକାର ଭାଷା ପଢିବା, କହିବା ଏବଂ ଲେଖିପାରୁଥିବା ଜରୁରୀ ।

ପଦବୀ ବିବରଣୀ : ୬୫୮୯

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୬ ଅଗଷ୍ଟରୁ ଆରମ୍ଭ ହୋଇଥିବା ବେଳେ ଶେଷ ୨୬ ଅଗଷ୍ଟ ୨୦୨୫ରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ କୌଣସି ବିଷୟରେ ଗ୍ରାଜୁଏସନ ଡିଗ୍ରୀ କରିଥିବା ଜରୁରୀ । ଫାଇନାଲ ବର୍ଷରେ ଥିବା ପ୍ରାର୍ଥୀ ମଦଦ୍ୟ ଆବେଦନ କରିପାରିବେ ।

ବୟସ ସୀମା : ଆବେଦନକାରୀଙ୍କ ବୟସ ୨୦ରୁ ୨୮ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ପ୍ରାର୍ଥୀଙ୍କ ବୟସ ଗଣନା ଏପ୍ରିଲ ୧, ୨୦୨୫ ଅନୁଯାୟୀ ହେବ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ ମିଳିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ଦରମା ୧୭,୯୦୦ ଟଙ୍କାରୁ ୪୭,୯୨୦ ପର୍ଯ୍ୟନ୍ତ ମିଳିବ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ଥିବା ସାଧାରଣ, EWS, ଓବିସି ପ୍ରାର୍ଥୀ ୭୫୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ କୌଣସି ଶୁଳ୍କ ଦେବେ ନାହିଁ ।

ଚୟନ ପ୍ରକ୍ରିୟା :ପ୍ରାର୍ଥୀଙ୍କ ଚୟନ ଅନଲାଇନ ପ୍ରିଲିମ୍ସ ପରୀକ୍ଷା ଜରିଆରେ ହେବ । ପାସ୍ ହେବା ପରେ ଅନଲାଇନ ମୁଖ୍ୟ ପରୀକ୍ଷା ପାଇଁ ଡକାଯିବ । ମୁଖ୍ୟ ପରୀକ୍ଷାରେ ପାସ୍ ହେବା ପରେ ସ୍ଥାନୀୟ ଭାଷା ଟେଷ୍ଟ ପାଇଁ ଡକାଯିବ । ଆବେଦନ କରିଥିବା ସମୟରେ ଯେଉଁ ସ୍ଥାନୀୟ ଭାଷାକୁ ଚୟନ କରିଥିବେ, ତାହାକୁ ନେଇ ଟେଷ୍ଟ ଦେବାକୁ ହେବ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading

Subscribe