ଲିଫ୍ଟ ଭିତରେ ପିଟାପିଟି, ଇଭେଣ୍ଟ ହୋଷ୍ଟ ଯୁବକଙ୍କୁ ମାଡ଼

Spread the love

 ଭୁବନେଶ୍ୱରରେ ରାତି ଅଧରେ ମଲ୍‌ ଲିଫ୍ଟ ଭିତରେ ହଙ୍ଗାମା । ଇଭେଣ୍ଟ ହୋଷ୍ଟ ଯୁବକଙ୍କୁ ମାଡ଼ମାରି ଲହୁଲୁହାଣ କଲେ ଦୁର୍ବୃତ୍ତ । ବିଧା ଗୋଇଠା ସହ ମରଣାନ୍ତକ ଆକ୍ରମଣ ପରେ ଘଟଣା ସ୍ଥଳରୁ ଫେରାର ହୋଷ୍ଟ । ଘଟଣା ଘଟିଛି ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁରରେ ଥିବା ରୟାଲ ଆର୍କେଡ ଲିଫ୍ଟ ଭିତରେ । ଗତ ୩ ତାରିଖ ରାତି ପ୍ରାୟ ୧୨ଟା ବେଳେ ରୟାଲ ଆର୍କେଡର ଷଷ୍ଠ ମହାଲାରେ ଥିବା ଏକ ବାର୍‌ରେ ଏଭଳି ଘଟଣା ଘଟିଛି । ଇଭେଣ୍ଟ୍‌ ସାରି ତଳକୁ ଓହ୍ଲାଇଥିଲେ ଇଭେଣ୍ଟ ହୋଷ୍ଟ କରୁଥିବା ଯଯାତି ପାରେଖଙ୍କ ଲିଫ୍ଟ ଭିତରେ ଆସୁଥିବା ଲୋକମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଯେଉଁଥିରେ ଉତକ୍ଷୀପ୍ତ ହୋଇ ଯଯାତିଙ୍କୁ ଆକ୍ରମଣ କରିଥିଲେ । ଜୀବନ ବିକଳରେ ସେଠାରୁ କୌଣସି ମତେ ଖସି ଆସିଥିଲେ ଇଭେଣ୍ଟ୍ ହୋଷ୍ଟ । ଏବେ ଆକ୍ରମଣ ବେଳର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଏନେଇ ନନ୍ଦନକାନନ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading

Subscribe