ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକୁ ଦୋହଲାଇ ଦେଇଛି ଭୟଙ୍କର ଗୁଳିମାଡ଼। କମ୍ବୋଡିଆ ଓ ଥାଇଲ୍ୟାଣ୍ଡ ଯୁଦ୍ଧ ଚାଲିଥିବା ବେଳେ ବ୍ୟାଙ୍କକର ଗୋଟିଏ ଜନଗହଳୀ ପୂର୍ଣ୍ଣ ମାର୍କେଟରେ ଆଖିବୁଜା ଗୁଳି ମାଡ଼ ହୋଇଛି। ଏଥିରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ପୁଲିସର କହିବା କଥା ଯେ ଗୋଟିଏ ପ୍ରସିଦ୍ଧ ତାଜା ଖାଦ୍ୟ ବିକ୍ରି ହେଉଥିବା ବଜାରରେ ଏପରି ଗୁଳିମାଡ଼ ହୋଇଛି।
ବ୍ୟାଙ୍କକର ବାଙ୍ଗ ସୁଇ ଜିଲ୍ଲାରେ ଏପରି ଘଟଣା ଘଟିଛି। ଏହାର ଡେପୁଟି ପୁଲିସ୍ ମୁଖ୍ୟ ଓରାପଟ ସୁକଥାଇ କହିଛନ୍ତି, “ପୁଲିସ ଗୁଳିମାଡ଼ର ଉଦ୍ଦେଶ୍ୟକୁ ଜାଣିବା ପାଇଁ ଚେଷ୍ଟା କରୁଛି। ଏଯାଏ ଏହାକୁ ଗୋଟିଏ ସାମୂହିକ ଗୁଳିମାଡ଼ ଘଟଣା ଭାବେ ବିବେଚନା କରାଯାଉଛି।” ଘଟଣା ପରେ ବନ୍ଧୁକଧାରୀ ଜଣକ ନିଜ ଜୀନବ ମଧ୍ୟ ନେଇ ଯାଇଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ମୃତାହତଙ୍କ ମଧ୍ୟରେ ଆକ୍ରମଣକାରୀ ନିଜେ ରହିଥିବା ମେଟ୍ରୋପଲିଟାଣ୍ଟ ପୁଲିସ୍ ବ୍ୟୁରୋରର ଡେପୁଟି କମିଶନର ଚାରିନ ଗୋପାଟ୍ଟା କହିଛନ୍ତି।
Discover more from Emerging Odisha
Subscribe to get the latest posts sent to your email.