ମାଡ଼ ମାରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, କାରଣ ଅସ୍ପଷ୍ଟ

Spread the love

ଝରିଗାଁ: ମାଡ଼ ମାରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ଢେଫଗୁଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସ୍ବାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତର ନାମ ଶିଉ ସାନ୍ତା(୭୦) ହୋଇଥିବା ବେଳେ ମୃତକଙ୍କ ନାମ ପଦେ ସାନ୍ତା (୬୦) ବୋଲି ଜଣାପଡ଼ିଛି। 

ପଦେଙ୍କ ଭଉଣୀ ସନ୍ୟା ସାନ୍ତାଙ୍କ ଅଭିଯୋଗ ମୁତାବକ, ଢେଫଗୁଡା ଗ୍ରାମରେ ପଦେ ସାନ୍ତାଙ୍କ ବିବାହ ଶିଉ ସାନ୍ତାଙ୍କ ସହ ଦୀର୍ଘ ବର୍ଷ ତଳେ ହୋଇଥିଲା। ବିବାହ ପରେ ବିନା କାରଣରେ ଶିଉ ସାନ୍ତା, ପଦେ ସାନ୍ତାଙ୍କୁ ବାରମ୍ବାର ମାଡ଼ ମାରି ଆସୁଥିଲେ। ଏହି ଘଟଣାକୁ ନେଇ ଢେଫଗୁଡ଼ା ଗ୍ରାମରେ ଏକ ବୈଠକ କରି ଶିଉ ସାନ୍ତାଙ୍କୁ ବୁଝାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳିନଥିଲା। ମାସେ ତଳେ ଶିଉଙ୍କ ମାଡ଼ରେ ପଦେଙ୍କ ବାମ ଗୋଡ଼ ଭାଙ୍ଗିଯାଇଥିଲା।

ଗତକାଲି ସନ୍ଧ୍ୟା ସମୟରେ ଶିଉ ପୁଣି ସ୍ତ୍ରୀ ପଦେଙ୍କୁ ମାଡ଼ ମାରିଥିଲେ। ମାଡ଼ ମାରିବା ଦେଖି ପଡୋଶୀ ଘରର ତପନ ସାନ୍ତା ଉଭୟଙ୍କୁ ବୁଝାଇବାକୁ ଆସିଥିଲେ। ବୁଝାସୁଝା ପରେ ଶିଉ ଶାନ୍ତ ହୋଇଯାଇଥିଲେ ବି ରାତିରେ ପୁଣି ସେ ପଦେଙ୍କୁ ମାଡ଼ ମାରିଥିଲେ, ଯାହା ଦ୍ବାରା ତାଙ୍କର ମୃତ୍ୟୁ ହୋଇଥିବା ସନ୍ୟା ଅଭିଯୋଗ କରିଛନ୍ତି। 

ଘଟଣା ନେଇ ଝରିଗାଁ ଥାନାରେ ସନ୍ୟା ଲିଖିତ ଅଭିଯୋଗ କରିବା ପରେ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading