ୟୁପି ଭଦୋହୀ ଜିଲ୍ଲାରୁ ଏକ ଛାତିଥରା ସଡ଼କ ଦୁର୍ଘଟଣାର ଘଟଣା ସାମ୍ନାକୁ ଆସିଛି । ଏକ ଦ୍ରୁତଗାମୀ କାର୍ ରାସ୍ତା କଡ଼ରେ ଠିଆ ହୋଇଥିବା କଣ୍ଟେନରକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ମହିଳା ଏବଂ ତାଙ୍କର ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୪ଜଣ ଆହତ ହୋଇଛନ୍ତି ।
ସୂଚନାନୁଯାୟୀ, ଗୋପୀଗଞ୍ଜ କୋତୱାଲି ଅଞ୍ଚଳର ଜାତୀୟ ରାଜପଥ-୧୯ ରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ସମ୍ପର୍ଣ୍ଣ ରୂପେ ଆମ୍ବୁଲାନ୍ସଟି ନଷ୍ଟ ହୋଇଯାଇଥିଲା । ବରୁଣଙ୍କ ମୃତ୍ୟୁ ହେବା ପରେ ତାଙ୍କ ସ୍ତ୍ରୀ ମୃତଦେହକୁ ନେଇ ଆମ୍ବୁଲାନ୍ସରେ ଘରକୁ ଫେରୁଥିବାବେଳେ ରାସ୍ତାରେ ଦୁର୍ଘଟଣା ଘଟିଥିଲା । ଫଳରେ ଘଟଣାସ୍ଥଳରେ ବରୁଣଙ୍କ ସ୍ତ୍ରୀ ମମତା ସହିତ ତାଙ୍କର ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା । ଏମାନଙ୍କ ବ୍ୟତୀତ ଏହି ଦୁର୍ଘଟଣାରେ ଅନ୍ୟ ୪ଜଣ ଆହତ ହୋଇଥିଲେ । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଚିକିତ୍ସା ପାଇଁ ଆହତଙ୍କୁ ତୁରନ୍ତ ଗୋପୀଗଞ୍ଜର କମ୍ୟୁନିଟି ହେଲଥ୍ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ଏଥି ସହିତ ପୋଲିସ ଉଭୟ ମୃତକଙ୍କ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି । ଯାହା ସମସ୍ତଙ୍କୁ ଚକିତ କରିଦେଇଛି ।
ଅନ୍ୟପଟେ ମୃତ ବରୁଣଙ୍କ ସମ୍ପର୍କୀୟ ଅମିତ କୁମାର ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ଛଡ଼ା ସେ କହିଛନ୍ତି ଯେ, ବରୁଣଙ୍କ ମୃତ୍ୟୁର ଦୁଃଖ ଏପର୍ଯ୍ୟନ୍ତ କମି ନଥିଲା ବେଳେ ଏହି ଦୁର୍ଘଟଣା ପରିବାରକୁ ଭାଙ୍ଗି ପକାଇଛି । ମମତା ଏବଂ ବେବିଙ୍କ ଅକାଳ ମୃତ୍ୟୁ ଆମକୁ ମର୍ମାହତ କରିଛି ।
Discover more from Emerging Odisha
Subscribe to get the latest posts sent to your email.