ଭୟ ବଢ଼ାଇଲା ବାଘର ପାଦ ଚିହ୍ନ : ବଣାଇ ରେଞ୍ଜରେ ଆତଙ୍କରେ ଲୋକେ , ଚାଲିଛି କଡ଼ା ପାଟ୍ରୋଲିଂ

Spread the love

ବଣାଇ ରେଞ୍ଜ ଅଞ୍ଚଳ ଜଙ୍ଗଲରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ବେଲଡ଼ିହି ଜଙ୍ଗଲରେ ଏକ ବାଘର ପାଦ ଚିହ୍ନ କିଛି ଲୋକ ଦେଖି ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପାଦଚିହ୍ନକୁ ଦେଖି ତଦନ୍ତ କରୁଛି । ଏ କେଉଁ ବାଘର ପାଦ ଚିହ୍ନ ଏହାକୁ ନେଇ ବନବିଭାଗ ଓ ଏକ୍ସପର୍ଟମାନେ ତଦନ୍ତ କରୁଛନ୍ତି । ପାଦ ଚିହ୍ନର ସାମ୍ପୁଲ ନେଇ ତଦନ୍ତ ଚଳାଇଛନ୍ତି ବନ ବିଭାବ । ଏହା କେଉଁ ପ୍ରକାର ବାଘ, ଚାଲିଛି ତଦନ୍ତ । ଅନ୍ୟପଟେ ସୋଲ ଅଞ୍ଚଳରେ କିଛି ଦିନ ତଳେ ବୁଲୁ ଥିବା ମହାବଳ ବାଘ ଏପଟେ ପଳାଇ ଆସିଛି କି , ଏ ଚିହ୍ନ କଲରାପତରିଆ ବାଘର ତାହା ଏବେ ସ୍ପଷ୍ଟ ହୋଇନି,ବନ ବିଭଗ ଏହି ପାଦ ଚିହ୍ନକୁ ନେଇ ସତର୍କ ରହିବା ସହିତ ବନ କର୍ମଚାରୀ ଏବେ ପେଟ୍ରୋଲିଂକୁ କଡ଼ାକଡ଼ି କରି ତୀକ୍ଷ୍ଣ ନଜର ରଖିଛନ୍ତି, ଏପଟେ ବନ ବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ । 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading