୪ ଦିନ ବିତିଗଲା । ଡୁଡୁମା ଜଳପ୍ରପାତରେ ଭାସିଯାଇ ନିଖୋଜ ଥିବା ୟୁଟ୍ୟୁବର୍ ସାଗର କୁଣ୍ଡୁଙ୍କ ଏଯାଏ ମିଳିଲାନି ପତ୍ତା । ଖୋଜାଖୋଜି ପରେ ଡ୍ରୋନ୍ କ୍ୟାମେରା ମିଳିଥିବାବେଳେ ସାଗରଙ୍କ ସନ୍ଧାନ ମିଳୁନି । ନିଖୋଜ ୟୁଟ୍ୟୁବର୍ ବ୍ରହ୍ମପୁର ନୀଳାଦ୍ରି ବିହାରର ସାଗର କୁଣ୍ଡୁ । ସାଗରର ଚାକିରି କରିବା ପାଇଁ ନୂଆଦିଲ୍ଲୀ ଯାଇଥିଲେ। କିନ୍ତୁ ଭିଡିଓ ନିଶା ତାଙ୍କୁ ଫେରାଇ ଆଣିଥିଲା ଜନ୍ମ ମାଟିକୁ। ଏହି ଭିଡିଓ ନିଶା ଯୋଗୁଁ ଶେଷରେ ତାଙ୍କ ଜୀବନ ବିପନ୍ନ।
ଶନିବାର କୋରାପୁଟ ଜିଲ୍ଲା ମାଛକୁଣ୍ଡ ଡୁଡୁମାରେ ଭିଡିଓ କରୁଥିବାବେଳେ ବେଳେ ପ୍ରଖର ଜଳସ୍ରୋତରେ ଭାସି ଯାଇ ନିଖୋଜ ହୋଇଛନ୍ତି ୟୁଟ୍ୟୁବର୍ ସାଗର।କୋଟା କୁଣ୍ଡୁଙ୍କ ଏକମାତ୍ର ପୁଅ ସାଗର (୨୨)। ଗଞ୍ଜାମ ଜିଲ୍ଲାର ଜିଲ୍ଲାର ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ବୁଲି ସେ ବ୍ଲଗିଂ କରିବା ସହ ଏହା ବିଷୟରେ ସଭିଙ୍କୁ ନିଜ ୟୁଟ୍ୟୁବ୍ ଚ୍ୟାନେ ଚ୍ୟାନେଲ ଜରିଆରେ ଜଣାଉଥିଲେ।ଦେଢ଼ ବର୍ଷ ହେଲା ସେ ଫଟୋଗ୍ରାଫି ଲାଇନ୍ କୁ ଆସି ଥି ଲେ । ଜଣେ ଭଲ ଡ୍ରୋନ୍ କ୍ୟାମେରା ଚାଳକ ଭାବେ ସେ ବେଶ୍ ପରିଚିତ ଥିଲେ।କେହି ବି, ଭିଡିଓ ଉଠାଇବା ବାକୁ ଡାକୁଥିଲେ, ସବୁ ସବୁବେଳେ ସାଗର ପ୍ରସ୍ତୁତ ରହୁଥିଲେ।
୩ ଦିନ ଦିନ ପୂର୍ବେ ଘରୁ ସାଗର ନିଜର ରାଇଡ ବାଇକ୍ ନେଇ କୋରାପୁଟ ବାହାରିଥିଲେ।କଟକର ଅଭିଜିତ୍ ବେହେ ରାଙ୍କ ସହ ମିଶି ବାଇକରେ ରେ କୋରାପୁଟ ଯାଇଥିଲେ।ଶନିବାର ଅପରାହ୍ନରେ ଡୁଡୁମା ଜଳପ୍ରପାତରେ ଡ୍ରୋନ୍ କ୍ୟାମେରା ଉଡାଉଥିବା ବେଳେ ହଠାତ ପ୍ରଖର ଜଳସ୍ରୋତ ଆସିଥିଲା,ସେଥିରେ ସାଗର ଭାସି ଯାଇଥିଲେ। ବିଳମ୍ବିତ ରାତିରେ ବାପା କୋଟା କୁଣ୍ଡୁ ଖବର ପାଇ ପାଇଥିଲେ, ତତ୍କ୍ଷଣାତ କୋଟା ବଡ଼ ଭାଇଙ୍କ ସମେତ ୪ଜଣ ସମ୍ପର୍କୀୟକୁ ନେଇ କୋରାପୁଟ ଯାଇଛନ୍ତି।