ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ , ୨୨ ରୁ ଉର୍ଦ୍ଧ୍ଵ ଗୁରୁତର

Spread the love

ଓଲଟିଲା ବସ୍ , ୨୨ରୁ ଉର୍ଦ୍ଧ୍ଵ ଆହତ । ଭୁବନେଶ୍ୱରୁ ପରଜଙ୍ଗ ଅଞ୍ଚଳକୁ ଯାଉଥିବା ‘ଜଗନ୍ନାଥ’ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଖସିପଡିଛି ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓ କାଟେଣୀ ଗାଁ ନିକଟରେ ରାସ୍ତା କାର୍ଯ୍ୟ ଚାଲୁଥିବାରୁ ଡାଇଭରସନ ରୋଡ ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ କେନାଲ ଭିତରକୁ ଓଲଟି ପଡିବା ଫଳରେ ୨୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।

କାମାକ୍ଷାନଗର ଅଗ୍ନିଶମ ବାହିନୀ ଦ୍ଵାରା ସେମାନଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଉଦ୍ଧାର କରାଯାଇ କାମାକ୍ଷା ନଗର ଓ ଅଁଳାବେରିଣୀ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ବସ୍‌ରେ ପାଖାପାଖି ୫୦ ଜଣ ଯାତ୍ରୀ ଥିବା କୁହାଯାଉଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading