ଭାରସାମ୍ୟ ହରାଇ ଓଲଟିଲା ପାଣି ପାଇପ ବୋଝେଇ ଟ୍ରକ, ଡ୍ରାଇଭର ମୃତ

Spread the love

ଖୋର୍ଦ୍ଧା: ଭୟାନକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ପାଣି ପାଇପ ବୋଝେଇ ଟ୍ରକ ।  ଡ୍ରାଇଭର ମୃତ, ହେଲ୍ପର ଗୁରୁତର । ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସ ଗୌରଚନ୍ଦ୍ର ପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଉଭୟ ମୃତକ ଓ ଗୁରୁତର ପଶ୍ଚିମବଙ୍ଗର ଟ୍ରକ ଚାଳକ ମୁସ୍ତବାରୀ ମିଲନ ଓ ଗୁରୁତର ହେଲ୍ପର ଦେବବ୍ରତ ବାନାର୍ଜୀ ।  କୋଲକାତାରୁ ପାଇପ ବୋଝେଇ ହୋଇ ଚେନ୍ନାଇ ଯାଉଥିଲା ଟ୍ରକ ।

ବର୍ଷା ଲାଗି ରହିଥିବା କାରଣରୁ ପାଇପ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ମାଟି ଗଦା ସହ ଧକ୍କା ହୋଇଥିଲା ।  ଦୁର୍ଘଟଣାର ମାତ୍ରା ଏତେ ତୀବ୍ର ଥିଲା ଯେ ପାଇପ ଗୁଡିକ କ୍ୟାବିନକୁ ଧକ୍କା ଦେବାରୁ ଟ୍ରକର କ୍ୟାବିନ ଟ୍ରକରୁ ଅଲଗା ହୋଇ ଯାଇଥିଲା ।  ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲ୍ପର ଗୁରୁତର ହୋଉଥିଲେ ।  ଦୀର୍ଘ ଘଣ୍ଟା ଧରି ଟ୍ରକ ଭିତରେ ଚାପି ହୋଇ ରହିଥିଲେ ହେଲପର ।  ଖବରପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଓ ଚାନ୍ଦପୁର ପୋଲିସ ପହଁଚି ଉଦ୍ଧାର କରିଥିଲା । ଅଧିକ ଚିକିତ୍ସା ପାଇଁ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।  ମୃତଦେହ ସହ ଟ୍ରକକୁ ଜବତ କରି ତଦନ୍ତ କରୁଛି ପୋଲିସ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading