ଭାରତରେ ପହଞ୍ଚିଲେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା
ଅଗଷ୍ଟ ୨୩ରେ ଜାତୀୟ ମହାକାଶ ଦିବସ ପାଳନରେ ଅଂଶଗ୍ରହଣ କରିବେ ଶୁଭାଂଶୁ
ଆକ୍ସିଅମ୍-୪ ପ୍ରାଇଭେଟ୍ ସ୍ପେସ୍ ମିଶନର ଅଂଶ ଥିଲେ ଶୁଭାଂଶୁ
ଭାରତରେ ପହଞ୍ଚିଲେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା। ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ ସ୍ବାଗତ ଜଣାଇଥିଲେ। ଶୁଭାଂଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପାରନ୍ତି ।
ଅଗଷ୍ଟ ୨୩ରେ ଜାତୀୟ ମହାକାଶ ଦିବସ ପାଳନରେ ଅଂଶଗ୍ରହଣ କରିବେ ଶୁଭାଂଶୁ । ଜୁନ୍ ୨୫ରେ ଫ୍ଲୋରିଡାରୁ ଉଡ଼ାଣ ଭରିବାପରେ ଜୁନ୍ ୨୬ରେ ଆଇଏସଏସ ସହିତ ସଂଯୋଗ ହୋଇଥିବା ଆକ୍ସିଅମ୍-୪ ପ୍ରାଇଭେଟ୍ ସ୍ପେସ୍ ମିଶନର ଅଂଶ ଥିଲେ ଶୁଭାଂଶୁ। ମିଶନରେ ସେ ଆମେରିକାର ପେଗି ହ୍ୱିଟସନ୍, ପୋଲାଣ୍ଡର ସ୍ଲାଭୋଜ୍ ଉଜନାନସ୍କି-ୱିସନିୱସ୍କି ଏବଂ ହଙ୍ଗେରିର ଟିବୋର୍ କାପୁଙ୍କ ସହିତ ୬୦ରୁ ଅଧିକ ପରୀକ୍ଷଣରେ ସାମିଲ ହୋଇଥିଲେ । ଆକ୍ସିଅମ୍-୪ ମିଶନର କ୍ରୁ କୁ ନେଇ ଡ୍ରାଗନ୍ ମହାକାଶଯାନ ଜୁଲାଇ ୧୫ରେ ସାନ ଡିଏଗୋ ଉପକୂଳ ନିକଟରେ ପ୍ରଶାନ୍ତ ମହାସାଗରରେ ଅବତରଣ କରିଥିଲା।