ନ୍ୟୁୟର୍କ,୩୧ା୮: ବର୍ଷ ଶେଷ ଭାଗରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ସମିଟ୍ରେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନୂଆଦିଲ୍ଲୀ ଗସ୍ତରେ ଆସିବାର ଯୋଜନା ନାହିଁ। ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଶନିବାର ସନ୍ଧ୍ୟାରେ ଏଭଳି ଖବର ପ୍ରକାଶ ପାଇଛି। ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ କ୍ୱାଡ୍ ଗଠିତ। ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସୁନିଶ୍ଚିତ କରିବା ଏହାର ଲକ୍ଷ୍ୟ। ରୁଷିଆରୁ ତୈଳ କିଣୁଥିବାରୁ ଭାରତ ଉପରେ ଟ୍ରମ୍ପ୍ଙ୍କ ଅତ୍ୟଧିକ ଟାରିଫ୍କୁ ନେଇ ଦୁଇ ଦେଶ ଏକପ୍ରକାର ମୁହଁାମୁହିଁ ହୋଇଥିବାବେଳେ ଚାଇନା ସହ ସମ୍ପର୍କ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସ୍ସିଓ ସମିଟ୍ରେ ଯୋଗଦେବା ପରିପ୍ରେକ୍ଷୀରେ ଟିଆନଜିନ୍ ଗସ୍ତ କରିଛନ୍ତି। କ୍ୱାଡ୍ ସମିଟ୍ରେ ଯୋଗଦେବାକୁ ଭାରତ ଆସିବେ ବୋଲି ଟ୍ରମ୍ପ୍ ପୂର୍ବରୁ ମୋଦିଙ୍କୁ କହିଥିଲେ। ତେବେ ବର୍ତ୍ତମାନ ଏଭଳି କୌଣସି ଯୋଜନା ନାହିଁ ବୋଲି ତାଙ୍କ ଗସ୍ତ ସହ ଜଡ଼ିତ ବ୍ୟକ୍ତିଙ୍କଠାରୁ ଜଣାପଡ଼ିଛି।