ଭାଇ ପାଇଁ ଭଉଣୀର ଶେଷ ଚିଠି । ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲା ଉୟୁରୁ ମଣ୍ଡଳର କଲାଭାପାମୁଲା ଗାଁରେ ୨୪ ବର୍ଷୀୟା ଯୁବତୀ ଶ୍ରୀବିଦ୍ୟା ଜୀବନ ହାରିଛନ୍ତି । ଆଉ ଜୀବନ ହାରିବା ପରେ ଭାଇ ପାଇଁ ଚିଠି ଲେଖିଦେଇଯାଇଛନ୍ତି । ଯାହା ସମସ୍ତଙ୍କ ମନକୁ ବିଚଳିତ କରିଛି ।
ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲା ଉୟୁରୁ ମଣ୍ଡଳର କଲାଭାପାମୁଲା ଗାଁ ଯୁବତୀ ଶ୍ରୀବିଦ୍ୟା ଏକ ଘରୋଇ ମହାବିଦ୍ୟାଳୟରେ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଥିଲେ । ବିବାହର ମାତ୍ର ୬ ମାସ ପରେ ଜୀବନ ହାରିଦେଇଛନ୍ତି ଶ୍ରୀବିଦ୍ୟା । ଶ୍ରୀବିଦ୍ୟା ୬ ମାସ ପୂର୍ବରୁ ଗାଁ ସର୍ଭେୟାର ରାମବାବୁଙ୍କୁ ବିବାହ କରିଥିଲେ । ହେଲେ ବିବାହର ମାତ୍ର ଏକ ମାସ ପରେ ସ୍ବାମୀ ରାମବାବୁ ତାଙ୍କୁ ନିୟମିତ ଶାରୀରିକ ଓ ମାନସିକ ନିର୍ଯାତନ ଦେବା ଆରମ୍ଭ କରିଥିଲେ । ଘରକୁ ମଦ୍ୟପାନ କରି ଆସି ବହୁତ ପିଟୁଥିଲେ ।
ରାମବାବୁ ପ୍ରତିଦିନ ମଦ୍ୟପାନ କରି ଘରକୁ ଫେରୁଥିଲେ, ତାଙ୍କୁ ମାଡ଼ ମାରୁଥିଲେ, ଅନ୍ୟ ମହିଳାଙ୍କ ସାମ୍ନାରେ ତାଙ୍କୁ ଗାଳି ଗୁଲଜ କରି ଅପମାନ କରିବା ସହିତ ମୋତେ ବେକାର ବୋଲି କହୁଥିଲେ । ମୁଣ୍ଡକୁ ଖଟରେ ପିଟିଦେଇଥିଲେ ।
ଏହି ନିର୍ମମ ନିର୍ଯାତନା ଶ୍ରୀବିଦ୍ୟାଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିଲା, ଯାହା ତାଙ୍କୁ ଏହି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା । ତେଣୁ ଶ୍ରୀବିଦ୍ୟା ଜୀବନ ଶେଷ କରିବା ପୂର୍ବରୁ ଭାଇଙ୍କ ନାମରେ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ଲେଖାଯାଇଛି, “ନିଜର ଧ୍ୟାନ ରଖିବୁ ଭାଇ , ଏଥର ମୁଁ ତୁମ ହାତରେ ରାଖୀ ବାନ୍ଧିପାରିବି ନାହିଁ ।”
ଚିଠିରେ ଶ୍ରୀବିଦ୍ୟା ତାଙ୍କ ସ୍ୱାମୀ ଓ ଶ୍ୱଶୁରଘର ଲୋକଙ୍କୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି ଏବଂ ସେମାନଙ୍କୁ କୌଣସି ଅବସ୍ଥାରେ ଛାଡ଼ି ଦିଆଯିବା ଉଚିତ ନୁହେ ବୋଲି ଲେଖିଛନ୍ତି । ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
Discover more from Emerging Odisha
Subscribe to get the latest posts sent to your email.