ଅଶ୍ଲୀଳ ବିଷୟବସ୍ତୁ ଥିବା ଆପ୍ ଉପରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ବ୍ୟାନ୍ ହେଲା ୨୫ଟି ଆପ୍

Spread the love

ଓଟିଟି ପ୍ଲାଟଫର୍ମରେ ଅଶ୍ଲୀଳତା ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ବ୍ୟାନ୍ ୨୫ ଓଟିଟି ପ୍ଲାଟଫର୍ମ । ସଫ୍ଟ ପର୍ଣ୍ଣ କଣ୍ଟେଣ୍ଟକୁ ପ୍ରମୋସନ୍ କରୁଥିବା କିଛି ଆପ୍ସ ବିରୋଧରେ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିବା ସହିତ ଏହାକୁ ବ୍ୟାନ୍ କରିଛନ୍ତି । ଏହି ଲିଷ୍ଟରେ Ullu ଆପ୍ ସହିତ ALTT, Desiflix ଏବଂ Big Shots ଭଳି ଆପ୍ ରହିଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏ ସମ୍ପର୍କରେ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ।

ଆଇଟି ନିୟମ ଅନୁସାରେ ସରକାର ଏହି ଆପ୍ ଗୁଡ଼ିକ ବିରୋଧରେ ଆକ୍ସନ ନେଇଛନ୍ତି । ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରୁଥିବା ୨୫ ଟି ଆପକୁ ବ୍ୟାନ କରିଦିଆଯାଇଛି । ALTT, ULLU, Big Shots App, Desiflix, Boomex, Navarasa Lite, Gulab App, Kangan App, Bull App, Jalva App, Wow Entertainment, Look Entertainment, Hitprime, Feneo, ShowX, Sol Talkies, Adda TV, HotX VIP, Hulchul App, MoodX, NeonX VIP, Fugi, Mojflix, Triflicks ଆପକୁ ବ୍ୟାନ୍ କରିଛନ୍ତି ସରକାର ।

ଏହାପୂର୍ବରୁ ମଧ୍ୟ ସରକାର ଓଟିଟି ପ୍ଲାଟଫର୍ମକୁ ନେଇ ବଡ଼ ଆକ୍ସନ ନେଇଥିଲେ । ସେ ସମୟରେ ୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ୍ କରାଯାଇଥିଲା । ୨୦୨୪ ମସିହା ଡିସେମ୍ବର ମାସରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିଲେ ।  


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading