ବିଶାଳ ରକେଟ୍ ବିକଶିତ କରୁଛି ଇସ୍ରୋ, ୭୫ ଟନ୍ ଓଜନର ପେଲୋଡ୍‌କୁ ଉଠାଇବ ସକ୍ଷମ

Spread the love

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏକ ବିଶାଳ ରକେଟ୍ ବିକଶିତ କରୁଛି ଯାହା ୭୫ ଟନ୍ ଓଜନର ପେଲୋଡ୍‌କୁ କକ୍ଷପଥକୁ ଉଠାଇବାରେ ସକ୍ଷମ ହେବ । ଇସ୍ରୋ ପୃଥିବୀର ନିମ୍ନ କକ୍ଷପଥରେ ୭୫ ହଜାର କିଲୋଗ୍ରାମ୍ ପେଲୋଡ୍ ରଖିବା ପାଇଁ ୪୦ ମହଲା କୋଠା ଭଳି ଏକ ରକେଟ୍ ଉପରେ କାମ କରୁଛି । ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ କହିଛନ୍ତି ଯେ, ଚଳିତ ବର୍ଷ ମହାକାଶ ଏଜେନ୍ସି ନାଭିକ୍ (ନେଭିଗେସନ୍ ୱିଥ୍ ଇଣ୍ଡିଆ କନଷ୍ଟେଲେସନ୍ ସିଷ୍ଟମ୍) ଉପଗ୍ରହ ଓ ଏନ୍-୧ ରକେଟ୍ ଭଳି ପ୍ରକଳ୍ପ ଉପରେ କାମ କରିବା ସହିତ ଭାରତୀୟ ରକେଟ୍ ବ୍ୟବହାର କରି ଆମେରିକାର ୬,୫୦୦ କିଲୋଗ୍ରାମ୍‌ର ଯୋଗାଯୋଗ ଉପଗ୍ରହକୁ କକ୍ଷପଥରେ ସ୍ଥାପନ କରିଛି ।

ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ ମଙ୍ଗଳବାର କହିଛନ୍ତି ଯେ, ଆପଣ ଜାଣନ୍ତି, ବିଶାଳ ରକେଟ୍ର କ୍ଷମତା କ’ଣ ? ପ୍ରଥମ ଲଞ୍ଚର, ଡକ୍ଟର ଏପିଜେ ଅବଦୁଲ କଲାମ ଯାହାକୁ ନିର୍ମାଣ କରିଥିଲେ, ତାହା ଥିଲା ୧୭ ଟନ୍ ଓଜନର ଏକ ଲିଫ୍ଟ ଅଫ୍ ମାସ୍, ଯାହା ପୃଥିବୀର ନିମ୍ନ କକ୍ଷପଥରେ ୩୫ କିଲୋଗ୍ରାମ୍ ରଖିବାରେ ସକ୍ଷମ ଥିଲା । ଆଜି ଆମେ  ୭୫ ହଜାର କିଲୋଗ୍ରାମ୍ ଓଜନର ପେଲୋଡ ‌ପଠାଇବାକୁ ପ୍ରସ୍ତୁତ ହେଉଛୁ । ଏହି ରକେଟ୍‌ଟି ୪୦ ମହଲା କୋଠାର ଉଚ୍ଚତା ବିଶିଷ୍ଟ ବୋଲି ସେ କହିଛନ୍ତି । ବର୍ତ୍ତମାନ ଭାରତର କକ୍ଷପଥରେ ୫୫ଟି ଉପଗ୍ରହ ରହିଛି ଏବଂ ଆଉ ୩ରୁ ୪ ବର୍ଷ ମଧ୍ୟରେ ଏହି ସଂଖ୍ୟା ତିନିଗୁଣକୁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି । ସମାବର୍ତ୍ତନ ଉତ୍ସବରେ ତେଲେଙ୍ଗାନା ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ନାରାୟଣନଙ୍କୁ ଭାରତର ମହାକାଶ କାର୍ଯ୍ୟକ୍ରମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେଇ ଡକ୍ଟରେଟ୍ ଅଫ୍ ସାଇନ୍ସର ସମ୍ମାନଜନକ ଡିଗ୍ରି ପ୍ରଦାନ କରିଥିଲେ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading