ବିଚ୍‌ ରାସ୍ତାରେ ଟ୍ରକ୍ ଅଟକାଇ ଖାଦ୍ୟ ମାଗୁଛି ଭୋକିଲା ହାତୀ, ରାସ୍ତାରେ ଜମିଲା ଶହ ଶହ ଟ୍ରକ୍

Spread the love

ସୁନ୍ଦରଗଡ଼: ଖାଦ୍ୟ ମାଗୁଛି ଭୋକିଲା ହାତୀ । ବିଚ୍‌ ରାସ୍ତାରେ ଟ୍ରକ୍ ଅଟକାଇଲା ଦନ୍ତା । ଖାଲି ଯେ ଟ୍ରକ୍ ଅଟକାଇଲା ତା’ ନୁହେଁ ଗାଡି ଭିତରୁ ଖାଦ୍ୟ ଖୋଜିଲା ଦନ୍ତା ହାତୀ । ଦର୍ଶକବନ୍ଧୁ ଟିକେ ଦେଖନ୍ତୁ ଏହି ଦୃଶ୍ୟକୁ । କିଭଳି ଟ୍ରକ ଆଗରେ ଠିଆ ହୋଇଛି ବିରାଟକାୟ ଦନ୍ତା ହାତୀ ଆଉ ତାପରେ ଲାଗିପଡ଼ିଲା ଖାଦ୍ୟ ଅନ୍ୱେଷଣରେ । ବଣ ଜଙ୍ଗଲରେ ଖାଦ୍ୟ ଖୋଜିବା ପରେ ଏବେ ମଝି ରାସ୍ତାରେ ଟ୍ରକ ଅଟକାଇ ଖାଦ୍ୟ ଖୋଜୁଛି ହାତୀ । ରାସ୍ତାରେ ଯାଉଥିବା ସବୁ ଟ୍ରକକୁ ଅଟକାଇ ଶୁଣ୍ଡ ହଲାଇ ଖାଦ୍ୟ ମାଗିଛି ଭୋକିଲା ଜଙ୍ଗଲୀ ହାତୀ ।

ଯାହାର ଭିଡିଓ ଏବେ ଖୁବ ଚର୍ଚ୍ଚାରେ ରହିଛି । ରାସ୍ତା ଉପରେ ଏଭଳି ଆତଙ୍କ ଖେଳାଇବା ପରେ ରାସ୍ତାରେ ଜମିଥିଲା ଶହ ଶହ ଟ୍ରକ୍ । ହାତୀର ଏଭଳି ରାସ୍ତା ଅବରୋଧ ଯୋଗୁଁ ଧାଡ଼ି ହେଇ ଠିଆ ହେଲା ଶହ ଶହ ଟ୍ରକ୍ । ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନାଞ୍ଚଳ ସର୍ଗିଗଡରୁ ମଣ୍ଡଯୋଡା ଯିବା ରାସ୍ତାରେ । ହଁ ଆଜ୍ଞା, ଲୌହ ଖଣି ବୋଝେଇ ଟ୍ରକକୁ ଅଟକାଇଲା ଦନ୍ତା ହାତୀ । ଟ୍ରକ୍ ଧାଡ଼ି ହୋଇ ଅଟକିବା ପରେ ଖାଦ୍ୟ ଆଶାରେ ଗାଡ଼ି ଭିତରେ ଶୁଣ୍ଡ ପୁରାଇ ଯାହା ପାରିଲା ବାହାରକୁ ଟାଣିଆଣିଲା ।

ଆଉ ରାସ୍ତା ମଝିରେ ସୃଷ୍ଟି କଲା ଆତଙ୍କ । ଗତକାଲି ଦିନ ସମୟରେ ହାତୀଟି ଜଙ୍ଗଲରୁ ବାହାରି ରାସ୍ତା ଉପରକୁ ଆସିବା ସହ କିଛି ଲୌହ ଖଣି ବୋଝେଇ ଗାଡ଼ି ଅଟକାଇ ଗାଡ଼ିରୁ ଖାଦ୍ୟ ଖୋଜିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଡ଼ିକୁ ଅଟକାଇ ରଖିଥିଲା । ଏପଟେ ହାତୀକୁ ଦେଖି ଟ୍ରକ୍ ଚାଳକ ଗାଡ଼ି ଛାଡି ଦୌଡ଼ି ପଳାଇଥିଲେ । ଯାହାର ଦୃଶ୍ୟ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ଦିନକୁ ଗୋଟିଏ ହାତୀକୁ ୨୦୦ କେଜିରୁ ଅଧିକ ଖାଦ୍ୟ ଦରକାର । ହେଲେ ତାଙ୍କ ବାସସ୍ଥାନ ତଥା ଜଙ୍ଗଲ କାଟି ଏବେ ଜନବସତି ସୃଷ୍ଟି କରୁଛି ମଣିଷ ।

ଜଙ୍ଗଲରେ ଖାଦ୍ୟ ଅଭାବ ହେଉଥିବାରୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ହାତୀ । କେତେବେଳେ ବସ୍ ଟ୍ରକ ଅଟକାଇ ଆତଙ୍କ ସୃଷ୍ଟି କରୁଛି ତ କେତେବେଳେ ଗାଁରେ ପଶି କାହାର ଜୀବନ ନେଲଣି ହାତୀ । ଏଭଳି ଅନେକ ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ଏହାର କାରଣ ବି ଖୋଦ ମଣିଷ । ଆମେ ଏଭଳି କହିବା ପଛର କାରଣ ହେଉଛି ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଛି । ଲୋକସଂଖ୍ୟା ବଢ଼ୁଥିବାରୁ ଜଙ୍ଗଲ କାଟି ସଫା କରୁଛି ମଣିଷ । ଫଳରେ ଏ ଜୀବମାନେ ଖାଇବାକୁ ନ ପାଇ ଗାଁ ଓ ସହରରେ ଖାଦ୍ୟ ଅନ୍ଵେଷଣରେ ବାହାରି ପଡ଼ୁଛନ୍ତି । ଯେଉଁଥିପାଇଁ ପ୍ରାୟତଃ ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading