ବିଗୁଡୁଛି ପରିବେଶ ସନ୍ତୁଳନ, ଚନ୍ଦ୍ରଭାଗାରେ ମରିପଡିଛନ୍ତି ଲକ୍ଷାଧିକ ସଂଖ୍ୟାର ବ୍ଲୁ ବଟମ୍ ଜେଲିଫିସ୍

Spread the love

କୋଣାର୍କ: ବିଗୁଡୁଛି ପରିବେଶ ସନ୍ତୁଳନ, ଚିନ୍ତାରେ ପରିବେଶବିତ । ଚନ୍ଦ୍ରଭାଗା ସମୁଦ୍ର କୂଳରେ ମରିପଡିଛନ୍ତି ଲକ୍ଷାଧିକ ସଂଖ୍ୟାର ବ୍ଲୁ ବଟମ୍ ଜେଲିଫିସ୍ । ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାମୁଦ୍ରିକ ପରିସଂସ୍ଥା ଉପରେ ପଡ଼ି ସାମୁଦ୍ରିକ ପରିସଂସ୍ଥା ତାପମାତ୍ରା କାଳକ୍ରମେ ବୃଦ୍ଧି ପାଇବାରେ ଲାଗିଥିବାରୁ ଏହି ଜେଲିଫିସ୍ ଗୁଡ଼ିକ ମରୁଛନ୍ତି ।

ଅଲିଭରିଡଲେ ଓ ତିମି ଭଳି ଜଳ ଜୀବଙ୍କର ଏହି ଜେଲିଫିସ୍ ଗୁଡିକ ମୁଖ୍ୟ ଆହାର ହୋଇଥାଏ ଓ ଅଲିଭରିଡଲେ ସଂଖ୍ୟା କମିଲେ ତଥା ସମୁଦ୍ରରେ ଖାଦ୍ୟ ଶୃଙ୍ଖଳ ବିଗିଡ଼ିଲେ ଏମାନେ ଲହଡ଼ିରେ ଭାସି ଆସିଥାନ୍ତି । ଏହି ଜେଲିଫିସ୍ ଗୁଡିକ ମଣିଷଙ୍କ ସଂସ୍ପର୍ଶରେ ଆସିଲେ ଚର୍ମ ରୋଗ ସଂକ୍ରମଣ ହୋଇଥାଏ । ଅନେକ ମାନବକୃତ କାରଣ ପାଇଁ ସାମୁଦ୍ରିକ ପରିବେଶ ପ୍ରଦୂଷିତ ହେବା ସହିତ ପ୍ରବଳ ଗରମ ହେବା ଫଳରେ ସମୁଦ୍ର ଜଳ ଉତ୍ତପ୍ତ ହେବାକୁ ନେଇ ଏହି ବିରଳ ଜେଲିଫିସଙ୍କ ମୃତ୍ୟୁ ହେଉଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading