ସୁନ୍ଦରଗଡ଼: ବନ୍ୟା ପାଣିରେ ଭାସିଗଲା ଟ୍ରଲର। ଡ୍ରାଇଭର ନିଖୋଜ । ସୁନ୍ଦରଗଡ଼ ବଡ଼ଗାଁ ଥାନା ଝଣ୍ଟେଲବୁଡ ସଫେଇ ନଦୀ ପୋଲ ଉପରୁ ଭାସିଗଲା ଟ୍ରଲର । ଗାଡିରେ ଥିବା ଡ୍ରାଇଭର ନିଖୋଜ ଅଛନ୍ତି । ଟ୍ରଲରଟି କୋଇଲା ନେଇ ରାଉରକେଲା ଯାଉଥିଲା । ସଫେଇ ନଦୀ ପୋଲ ଉପରେ ଯାଉଥିବାବେଳେ ଭାରସାମ୍ୟ ହରାଇ ନଦୀ ଭିତରକୁ ଭାସିଯାଇଥିଲା । ଡ୍ରାଇଭର ଭାସିଯାଇଥିବାବେଳେ ଅନ୍ୟ ଜଣେ ଉଦ୍ଧାର ହୋଇଛନ୍ତି । ଅଗ୍ନିଶମବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
Discover more from Emerging Odisha
Subscribe to get the latest posts sent to your email.