ଭୁବନେଶ୍ୱର।ଜୟପୁର ୨୬।୭: ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଶନିବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି। ଗୋଟିଏ ଦିନ ପୂର୍ବରୁ ରାମଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ତାଙ୍କ ଘରୁ ନଗଦ ୧ କୋଟି ୪୩ ଲକ୍ଷ ଟଙ୍କା ଓ ଦେଢ଼ କେଜି ସୁନା ମିଳିଥିଲା। ଏହାସହ ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୩୩ ଲକ୍ଷରୁ ଅଧିକ ଟଙ୍କା ରହିଛି।
ସୂଚନାଯୋଗ୍ୟ, କାମ ଥିଲା ଜଙ୍ଗଲ ସୁରକ୍ଷା, ହେଲେ ଲକ୍ଷ ତାଙ୍କର ଅମାପ ସମ୍ପତ୍ତି ଅର୍ଜନ କରିବା। ଘରେ ରଖିଥିଲେ ସୁନା ବିସ୍କୁଟ ସମେତ ସୁନା କଏନ ଓ ନାନା ଅଳଙ୍କାର। ସିକ୍ରେଟ୍ ଚାମ୍ବରରେ ଲୁଚାଇ ରଖିଥିଲେ ପ୍ରାୟ ଦେଢ଼ କୋଟି ଟଙ୍କା। ଆଉ ମାତ୍ର ୫ ମାସରେ ଚାକିରିରୁ ଅବସର ନେଇଥାନ୍ତେ। ହେଲେ ଏହାପୂର୍ବରୁ ଜୟପୁର ବନାଞ୍ଚଳର ଉପ ବନପାଳ (ଡେପୁଟି ରେଞ୍ଜର) ରାମ ଚନ୍ଦ୍ର ନେପାକ୍ ଶୁକ୍ରବାର ଭିଜିଲାନ୍ସ ଜାଲରେ ଫସିବା ପରେ ତାଙ୍କର ସମ୍ପତ୍ତି ସାମ୍ରାଜ୍ୟର ଗୁମର ପଦାକୁ ଆସିଛି। ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ରାମଚନ୍ଦ୍ରଙ୍କ ଜୟପୁର ଓ ଭୁବନେଶ୍ୱରର ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଯାଞ୍ଚ ଜାରି ରହିଥିବା ସ୍ଥାନ ମଧ୍ୟରେ ଜୟପୁରସ୍ଥିତ ଅଫିସ ଚାମ୍ବର ଓ ଜୟପୁର ଟାଉନସ୍ଥିତ ଶ୍ୱଶୁର ଘର ଓ ବାସବଭନ ଆଦି ରହିଛି। ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଯାଞ୍ଚ ଚାଲିଥିବାବେଳେ ଏଥିରେ ଭିଜିଲାନ୍ସର ୬ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର, ୯ ଜଣ ଏଏସଆଇ/ଏଏସ୍ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ନିୟୋଜିତ ହୋଇଥିଲେ। ଭିଜିଲାନ୍ସ ଟିମ୍ ରାମଚନ୍ଦ୍ରଙ୍କ ବହୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି।
ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, ରାମଚନ୍ଦ୍ରଙ୍କ କୋରାପୁଟ ଜିଲା ଜୟପୁର ଟାଉନ ପିଆର୍ ପେଟା ଏନ୍କେଟି ରୋଡରେ ପ୍ରାୟ ୪୦୦୦ ବର୍ଗଫୁଟ ଅଞ୍ଚଳରେ ଏକ ୩ ମହଲା କୋଠା ଠାବ ହୋଇଛି। ସେହିପରି ଭୁବନେଶ୍ୱର ରଘୁନାଥପୁର ଜାଲିରେ ଏକ ୩ ବିଏଚ୍କେ ଫ୍ଲାଟ୍ ଓ ଜୟପୁର ଟାଉନ ପିଆର୍ ପେଟାସ୍ଥିତ ଏକ ଆପାର୍ଟମେଣ୍ଟରେ ୨ଟି ୨ ବିଏଚ୍କେ ଫ୍ଲାଟ୍ ଠାବ ହୋଇଛି। ଘରୁ ମୋଟ ୧ କୋଟି ୪୩ ଲକ୍ଷ ୩୪ ହଜାର ଟଙ୍କା ଜବତ ହୋଇଛି। ଏହା ମଧ୍ୟରୁ ଜୟପୁରସ୍ଥିତ ଫ୍ଲାଟ୍ର ସିକ୍ରେଟ୍ ଟ୍ରେଜେରିରୁ ୧ କୋଟି ୩୮ ଲକ୍ଷ ୯୦ ହଜାର ମିଳିଥିବା ବେଳେ ଜୟପୁର ଟାଉନସ୍ଥିତ ବାସଭବନରୁ ୪ ଲକ୍ଷ ୪୪ ହଜାର ଟଙ୍କା ମିଳିଛି। ୧.୫ କେଜି ସୁନା ଓ ୪.୬୩୭ କେଜି ରୁପା ମିଳିଛି। ମିଳିଛି। ଏଥିରେ ୧୦ ଗ୍ରାମର ୧୬ଟି ସୁନା ବିସ୍କୁଟ ଓ ଏକାଧିକ ସୁନା କଏନ୍ ଓ ବିଭିନ୍ନ ଅଳଙ୍କାର ରହିଛି। ଜୟପୁର ଟାଉନରେ ଦୁଇଟି ବହୁମୂଲ୍ୟ ପ୍ଲଟ୍ ଠାବ ହୋଇଛି। ତେବେ ରାମଚନ୍ଦ୍ର ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ୪ଟି ବ୍ୟାଙ୍କରେ ୧୦ ଆକାଉଣ୍ଟ ଥିବା ବେଳେ ଏସବୁରେ ୧ କୋଟି ୩୨ ଲକ୍ଷ ୧୯ ହଜାର ୭୩୦ ଟଙ୍କା ଓ ଜୀବନବୀମା ଜମା ୬୬ ହଜାର ରହିଛି। ରାମଚନ୍ଦ୍ରଙ୍କ ଘରୁ ଦୁଇଟି ଦୁଇ ଚକିଆ ଯାନ (କିଆ କାରେନ୍ସ ଓ ଟାଟା ଏସିଇ) ଓ ୩ଟି ଦୁଇ ଚକିଆ ଯାନ ଠାବ ହୋଇଛି। ସେହିପରି ୧୫.୫୦ ଲକ୍ଷ ଟଙ୍କାର ଘରୋଇ ଉପକରଣ ମଧ୍ୟ ଠାବ ହୋଇଛି। ବନୀକରଣ ଏବଂ ବୃକ୍ଷରୋପଣରେ ଦୁର୍ନିତି କରି ରାମଚନ୍ଦ୍ର ଏହି ସମ୍ପତ୍ତିର ସାମ୍ରାଜ୍ୟ ଛିଡ଼ା କରିଥିବା ଭିଜିଲାନ୍ସ ଚର୍ଚ୍ଚା ହେଉଛି।
Discover more from Emerging Odisha
Subscribe to get the latest posts sent to your email.