ଚଢ଼ାଉ ବେଳେ ବନ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ, ୮ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଜଳଡିହା ଗାଁରେ ଘଟିଛି ଏଭଳି ଘଟଣା । ଗୁରୁତର ହୋଇଥିବା ମହିଳା ଫରେଷ୍ଟ ଗାର୍ଡ ହେଲେ ମିନାକ୍ଷୀ ମଞ୍ଜରୀ ସିଂ । ତେବେ ଘଟଣା ଅନୁସାରେ ୨୦୨୪ ମସିହା ନଭେମ୍ବର ମାସରେ ବନ ବିଭାଗ ଏକ ବାଘଛାଲ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚଳିତ ୧୫ ତାରିଖରେ ବାରିପଦା ଓ ବାଙ୍ଗିରିପୋଷି ବନ ବିଭାଗର ୨୦ରୁ ଉର୍ଦ୍ଧ୍ବ କର୍ମଚାରୀ ଭୁଆଶୁଣୀ ପଞ୍ଚାୟତ ଜଳଡିହା ଦୁମାସାହିକୁ ଚଢ଼ାଉ ପାଇଁ ଯାଇଥିଲେ ।
ଭାଗିରଥୀ ମାରାଣ୍ଡି ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ ପରେ ସେଠାରେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲେ ବନ କର୍ମଚାରୀ । ଏନେଇ ବାଙ୍ଗିରିପୋଷି ରେଞ୍ଜର ମହେଶ୍ଵର ସିଂ ଅଗଷ୍ଟ ୧୬ ତାରିଖ ଥାନାରେ ଅଭିଯୋଗ କରିଥିଲେ ଏବଂ ସର୍ବସମ୍ମୁଖରେ କାଠ ଫାଳିଆରେ ସଂଘବଧ ଆକ୍ରମଣର ଶିକାର ହୋଇଥିଲେ । ଯାହା ଫଳରେ ବନ କର୍ମଚାରୀ ଆହତ ହୋଇଥିଲେ। ଏଘଟଣାକୁ ନେଇ ଦୀର୍ଘ ୮ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
Discover more from Emerging Odisha
Subscribe to get the latest posts sent to your email.