
ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ରବିବାର ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ଟ୍ରେନ୍ର cop ଲିଙ୍କ୍ ଛିଣ୍ଡି ଯିବାରୁ ୨ଟି ବଗି ଟ୍ରେନ୍ରୁ ଅଲଗା ହୋଇଯାଇଛି। ଫଳରେ ଟ୍ରେନ୍ଟି ଛତିଶଗଡ଼ ଏବଂ ଓଡ଼ିଶା ସୀମାନ୍ତ ଆମଗୁଡ଼ା ଗ୍ରାମ ନିକଟରେ ପ୍ରାୟ ୩ ଘଣ୍ଟା ଅଟକି ରହିଥିଲା। ହେଲେ ଦୁଇ ବଗିର ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡିଛି।
ଅନ୍ୟପକ୍ଷେ ଟ୍ରେନ୍ଟି ଧାରଣା ଉପରେ ଅଟକି ରହିଥିବାରୁ ସେହି ଲାଇନରେ ଯାଉଥିବା ରେଳ ଚଳାଚଳ ବନ୍ଦ ରହିଥିଲା। କୋରାପୁଟ ଏବଂ ଜଗଦଲପୁରରୁ ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମରାମତି ପରେ ପୁଣି ଟ୍ରେନ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା। ଯାଞ୍ଚ ଠିକ୍ ଭାବେ କରାଯାଇ ନ ଥିବାରୁ ଏଭଳି ଘଟଣା ଘଟିଥିବାର ସାଧାରଣରେ ମତ ପ୍ରକାଶ ପାଇଛି।
Discover more from Emerging Odisha
Subscribe to get the latest posts sent to your email.