ପୁଲିସ ଜବତ କରିଥିବା ଟ୍ରକ୍ରୁ ଯନ୍ତ୍ରାଂଶ ଚୋରି: ୩ ଗିରଫ

Spread the love

ରିଆମାଳ: ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ହେପାଜତରେ ଥିବା ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ରୁ ବିଭିନ୍ନ ଯନ୍ତ୍ରାଂଶ ଚୋରି ଅଭିଯୋଗରେ ପୁଲିସର ତଦନ୍ତରେ ତିନି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନେ ହେଲେ ଗାଡିଆପାଳ ଗ୍ରାମର ସଞ୍ଜୟ ନାଏକ, ଜିତେନ୍ଦ୍ର ନାଏକ ଓ ପ୍ରଭାସ ମହାନ୍ତି ।ଏହି ତିନି ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମାତ୍ର ଜାମିନ ନାମାଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ ଗତ ମାର୍ଚ୍ଚ ୧୪ ତାରିଖ ଓଡି-୨୩-ଜି-୦୬୯୧ ନମ୍ବର ଥିବା ଏକ ଟ୍ରକ୍ ଗାଡି ବୁଢାପାଳ ରୁ ଦେବଗଡ ଆସୁଥିବା ବେଳେ ସାମ୍ନାରୁ ଆସୁଥିବା ଏକ ମାଲ ବୋଝେଇ ପିକଅପ ଭ୍ୟାନ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାସ୍ଥଳରୁ କୁଣ୍ଢେଇଗୋଳା ପୁଲିସ ଉକ୍ତ ଦୁଇ ଗାଡିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଥିଲା ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading