ଦିଲ୍ଲୀ-ଏନ୍ସିଆର୍ରେ ପ୍ରବଳ ବର୍ଷା ଯୋଗୁ ଆରକେ ପୁରମ୍, ମୋତି ବାଗ, ମଥୁରା ରୋଡ୍ ଆଦି ଅଞ୍ଚଳ ଜଳମଗ୍ନ ହୋଇଛି । ଦିଲ୍ଲୀ ଟ୍ରାଫିକ ପୁଲିସ ଜାଖିରା ଅଣ୍ଡରପାସ୍ ଓ ଇନ୍ଦରଲୋକ ଅଞ୍ଚଳରେ ଟ୍ରାଫିକ ଡାଇଭର୍ସନ ଯୋଗୁ ଏହି ରାସ୍ତାରେ ନଯିବାକୁ ପରାମର୍ଶ ଦେଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଦିନସାରା ବଜ୍ରପାତ ସହ ବର୍ଷା ହେବ । ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ଏବଂ ସର୍ବନିମ୍ନ ୨୫ ଡିଗ୍ରୀ ରହିବ । ଦିଲ୍ଲୀରେ ଜଳପ୍ରଳୟ –ଡିଏସକେ ଆଇଏମ୍ଡି ଦିଲ୍ଲୀ-ଏନ୍ସିଆରରେ ରେଡ୍ ଆଲର୍ଟ ଜାରି କରିଛି । ବର୍ଷା ଦିନସାରା ଜାରି ରହିବ । ଯାତ୍ରୀଙ୍କୁ ବିକଳ୍ପ ରାସ୍ତା ବାଛିବାକୁ ଓ ଦିଲ୍ଲୀ ମେଟ୍ରୋ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି ।
ବର୍ଷା ଯୋଗୁ ଦିଲ୍ଲୀରେ ଯାତାୟାତ ଓ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି । ଦିଲ୍ଲୀ ଟ୍ରାଫିକ୍ ପୁଲିସର ସୂଚନା ଅନୁଯାୟୀ, ଲାଜପତ ନଗର ଫ୍ଲାଏଓଭରରୁ ଆଶ୍ରମ ଆଡ଼କୁ ରିଙ୍ଗ୍ ରୋଡ୍ରେ ଟ୍ରାଫିକ୍ ପ୍ରଭାବିତ ହୋଇଛି । ଅଶୋକ ପାର୍କ ମୁଖ୍ୟ ମେଟ୍ରୋ ଷ୍ଟେସନ୍ରୁ ମଧ୍ୟ ଟ୍ରାଫିକକୁ ପଞ୍ଜାବୀବାଗ୍ ଆଡ଼କୁ ଡାଇଭର୍ଟ କରାଯାଉଛି । ଦିଲ୍ଲୀ ବିମାନବନ୍ଦର ବିବୃତିରେ କହିଛି ଯେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଦିଲ୍ଲୀରେ ଖରାପ ପାଗ ପରିସ୍ଥିତି ଜାରି ରହିଛି । ତଥାପି ସମସ୍ତ ବିମାନ ବର୍ତ୍ତମାନ ସ୍ୱାଭାବିକ ଭାବରେ ଚାଲୁଛି । ଭିଡ଼ ଏଡ଼ାଇବା ପାଇଁ ଯାତ୍ରୀମାନଙ୍କୁ ପୁରୁଣା ଜିଟି ରୋଡ୍କୁ ନଯିବାକୁ ପରାମର୍ଶ ଦିଆଯାଇଛି । ମୋଟ ୧୦୫ଟି ବିମାନ ବିଳମ୍ବରେ ଉଡ଼ିଥିଲା । ରାଖୀ ପୂର୍ଣ୍ଣିମା ଯୋଗୁ ବହୁସଂଖ୍ୟକ ଲୋକ ଜାତୀୟ ରାଜପଥ ଦେଇ ଦିଲ୍ଲୀ ବାହାରକୁ ଯିବେ । ଫଳରେ ଟ୍ରାଫିକ୍ ଜାମ୍ ହେଉଛି । କର୍ଣ୍ଣାଲ, ପାନିପତ, ସୋନିପତ ଏବଂ ଚଣ୍ଡିଗଡ଼ ଅଭିମୁଖେ ଯାଉଥିବା ଯାତ୍ରୀମାନଙ୍କୁ ଅନ୍ୟ ଏକ ରାସ୍ତା ନେବାକୁ ପରାମର୍ଶ ଦେଇଛି ପୁଲିସ ।