ପଥରରେ ଛେଚି ବୃଦ୍ଧଙ୍କୁ ନିର୍ମମ ହତ୍ୟା, ଜଣେ ଅଟକ

Spread the love

ଝାରସୁଗୁଡ଼ା: ବୃଦ୍ଧଙ୍କୁ ନିର୍ମମ ହତ୍ୟା । ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ । ଝାରସୁଗୁଡ଼ା ଲଇକେରା ଥାନା ବାଗଡିହି ବରିହାପଡ଼ା-ଖଡିଆମାଲ ରାସ୍ତାରେ ବୃଦ୍ଧଙ୍କୁ ହତ୍ୟା । ମୃତକ ହେଲେ ନିର ନୁନ।

ଅଭିଯୋଗ ଅନୁଯାୟୀ ନିର ଓ ବରପାନ ଗାଁର ଭଗବାନ ବାଗଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା ।  ଏହାପରେ ଭଗବାନ ଉତ୍କ୍ଷିପ୍ତ ହୋଇ ଏକ ପଥରରେ ନିରଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ପରେ ବରିହାପଡ଼ାକୁ ଫେରି ଆସିଥିଲେ । ଖବର ପାଇ ଲଇକେରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।  ଭଗବାନଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading

Subscribe