ଦେବଦୂତ ସାଜିଲେ ଡାକ୍ତର, ମଝି ଆକାଶରେ CPR ଦେଇ ବଞ୍ଚାଇଲେ ରୋଗୀଙ୍କ ଜୀବନ

Spread the love

ମଝି ଆକାଶରେ ଦେବଦୂତ ସାଜିଲେ ଡାକ୍ତର । ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ । କଟକ ଏସସିବି ମେଡିକାଲର ଡ଼ାକ୍ତର ଜ୍ୟୋତିର୍ମୟ ନାୟକ ଏକ କନଫରେନ୍ସରେ ଯୋଗ ଦେବାକୁ ବିମାନରେ ଭୁବନେଶ୍ବରରୁ ରାୟପୁର ଯାତ୍ରା କରୁଥିଲେ । ତେବେ ମଝି ଆକାଶରେ ବିମାନ ଭିତରେ ଜଣେ ମହିଳା ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ପରେ ସେହି ବିମାନରେ ଟ୍ରାଭେଲ କରୁଥିବା ଏସସିବି ମେଡିକାଲର ଅତିରିକ୍ତ ଅଧିକ୍ଷକ ଡାକ୍ତର ଜ୍ୟୋତିମୟ ନାୟକ ମହିଳା ଯାତ୍ରୀଙ୍କୁ ସିପିଆର ଦେଇ ବଞ୍ଚାଇଥିଲେ ।

ଏହାର କିଛି ସମୟ ପରେ ମହିଳାଙ୍କ ଅବସ୍ଥାରେ ସୁଧାର ଆସିଥିଲା। ପରେ ବିମାନ ବନ୍ଦରରୁ ଅବତରଣ ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଡାକ୍ତରଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading