ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କୁ ମିଳିଛି ବଡ଼ ଦଣ୍ଡ। ଶୁକ୍ରବାର ତାଙ୍କୁ ସ୍ୱତନ୍ତ୍ର କୋର୍ଟ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି କୋର୍ଟ ତାଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ବେଙ୍ଗାଲୁରୁ ସ୍ଥିତ ସ୍ୱତନ୍ତ୍ର ଅଦାଲତ ଏପରି ରାୟ ଦେଇଛନ୍ତି। ଆଜୀବନ ଜେଲଦଣ୍ଡ ସହ ତାଙ୍କ ଉପରେ ୧୧ ଲକ୍ଷ ଟଙ୍କାର ଜୋରିମାନା ଲଗା ଯାଇଛି। ଏହି ଜୋରିମାନା ଅର୍ଥ ପୀଡ଼ିତାଙ୍କୁ କ୍ଷତିପୂରଣ ଭାବେ ଦିଆଯିବ।
ପ୍ରଜ୍ୱଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ଼ାଙ୍କ ନାତି। ଏବେ ସେ ୪୮ ବର୍ଷୀୟ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ ଦଣ୍ଡ ପାଇଛନ୍ତି। ୪୮ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କ ଭିଡିଓକୁ ମଧ୍ୟ ଭାଇରାଲ କରିବା ମାମଲାରେ ପ୍ରଜ୍ୱଳ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।