ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଘଟଣା: ସଂସଦ ବାହାରେ ବିଜେଡି ସାଂସଦଙ୍କ ପ୍ରତିବାଦ

Spread the love

ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଘଟଣା । ଏହି ପ୍ରସଙ୍ଗକୁ ଆଜି ରାଜ୍ୟସଭାରେ ଉଠାଇଛି ବିଜେଡି । ଛାତ୍ରୀ ଆତ୍ମହତ୍ୟା ଘଟଣାର ତଦନ୍ତ ଠିକ୍ ଭାବେ ହେଉନଥିବା ଅଭିଯୋଗ କରିବା ସହିତ ଏକ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳ ବ୍ୟବସ୍ଥାକୁ ଆକ୍ଷେପ କରି ସଂସଦ ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି ବିଜେଡି ସାଂସଦ । ବିଜେଡି ସାଂସଦ ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ, ମୁନ୍ନା ଖାଁ, ମାନସ ମଙ୍ଗରାଜଙ୍କ ସହିତ ନିରଞ୍ଜନ ବିଶି ପ୍ରମୁଖ ସଂସଦ ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ତାଙ୍କ ସହିତ ସାଂସଦ ସୁଲତା ଦେଓ ମଧ୍ୟ ପ୍ରତିବାଦ କରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶାରେ ମହିଳା ଓ ପିଲାଙ୍କ ସହ ଅପରାଧ ଘଟୁଛି । ହେଲେ ବିଜେପି ସରକାର କିନ୍ତୁ ନିଷ୍କ୍ରିୟ ଅଛି । ତେଣୁ ବିଜେଡି ସାଂସଦମାନେ ଏହା ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରୁଛନ୍ତି । ଏଫଆଇର ଫାଇଲ୍ ହେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି କହିବା ସହ ପ୍ରତିବାଦ କରିଛନ୍ତି ବିଜେଡି ସାଂସଦ ।  


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading

Subscribe