ଦିଲ୍ଲୀରେ ଇଡିର ବଡ଼ ଧରଣର ଚଢଉ : ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ଘରେ ରେଡ୍

Spread the love

ବଢ଼ିଲା ଆମ ଆଦମୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ସମସ୍ୟା ।  ଚଢ଼ାଉ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ।  ଆଜି ସୌରଭ ଭରଦ୍ୱାଜଙ୍କ ଘରେ ଚଢାଉ କରାଯାଇଥିବା ଜଣାଯାଇଛି ।  ତାଙ୍କ ଉପରେ ଦୁର୍ନୀତି କରିଥିବାର ଅଭିଯୋଗ ଆସିଛି ।  ସୂଚନା ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ହସ୍ପିଟାଲ ନିର୍ମାଣ ଦୁର୍ନୀତି ସହ ଜଡିତ। ହସ୍ପିଟାଲ‌ ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଖବର ମିଳିବା ପରେ ଆଜି ଇଡି ତାଙ୍କ ଘରେ ଚଢ଼ଉ କରିଥିବା ସାମ୍ନାକୁ ଆସିଛି ।

ଇଡି ଟିମ୍ ସୌରଭ ଭରଦ୍ୱାଜଙ୍କ ସହ ଜଡିତ ୧୩ଟି ସ୍ଥାନରେ ଚଢାଉ କରିଥିବା ଜଣାଯାଇଛି ।  ହସ୍ପିଟାଲ ନିର୍ମାଣ ଦୁର୍ନୀତି ପ୍ରାୟ ୫୫୯୦ କୋଟି ଟଙ୍କାର। ୨୦୧୮-୧୯ ବର୍ଷରେ, ଦିଲ୍ଲୀ ସରକାର ୨୪ଟି ହସ୍ପିଟାଲ ନିର୍ମାଣ ପାଇଁ ୫୫୯୦ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଥିଲେ ।  ଆଇସିୟୁ ହସ୍ପିଟାଲ ୬ ମାସରେ ନିର୍ମାଣ ହେବାର ଥିଲା, କିନ୍ତୁ ୩ ବର୍ଷ ପରେ ମଧ୍ୟ କାମ ଅସମ୍ପୂର୍ଣ୍ଣ ରହିଲା । 

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଅନେକରେ ଗୁରୁତର ଅନିୟମିତତାର ଅଭିଯୋଗ ଆସିଛି । ୮ ୦୦ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ, କେବଳ ୫୦% କାମ ସମାପ୍ତ ହୋଇଥିଲା। ଏଲଏନଜେପି ହସ୍ପିଟାଲର ଖର୍ଚ୍ଚ ୪୮୮ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୧୩୫ କୋଟି ଟଙ୍କା ହୋଇଥିଲା ।  ଏହା ସତ୍ତ୍ବେ କାମ ମଧ୍ୟ ମନ୍ଥର ଗତିରେ ଆଗେଇଥିଲା। ଅନେକ ସ୍ଥାନରେ ଅନୁମୋଦନ ବିନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଏଥିରେ ଠିକାଦାରଙ୍କ ଭୂମିକା ସନ୍ଦେହଜନକ ବୋଲି ଜଣାପଡିଥିଲା ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading