ଛତ୍ରପୁର,୨୮ା୭: ଗଞ୍ଜାମର ନୂତନ ଜିଲାପାଳ ଭାବେ ଭି.କୀର୍ତ୍ତି ଭାସନ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୧୮ ବ୍ୟାଚ୍ର ଆଇଏଏସ୍ ଏହା ପୂର୍ବରୁ କୋରାପୁଟ ଜିଲାପାଳ ଦାୟିତ୍ୱ ନିର୍ବାହ କରିଥିଲେ। ପୂର୍ବରୁ ମଧ୍ୟ ଗଞ୍ଜାମ ଜିଲାରେ ଆଇଏଏସ୍ ପ୍ରୋବିସନାଲ ରହିବା ସହ ବ୍ରହ୍ମପୁର ଉପଜିଲାପାଳ ଓ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଥିଲେ। ଗଞ୍ଜାମ ଜିଲାର ପୂର୍ବ ଅନୁଭୂତି ପୁଣି ଅଧିକ ସପୋର୍ଟ କରିବ ବୋଲି କହିଥିଲେ। ଗଞ୍ଜାମ ଜିଲାରେ ଏଣିକି ପ୍ରତି ବ୍ଲକ୍ସ୍ତରୀୟ ଜନଶୁଣାଣି ହେବ। ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଓ ସମାୟାନୁବର୍ତ୍ତିତା ଅଲମ୍ବନ ସହ ସରକାରଙ୍କ ବିଭିନ୍ନ ଜଣକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ରହିବ। ଜନସାଧାରଣଙ୍କ ନିକଟରୁ ଆସୁଥିବା ଅଭିଯୋଗଗୁଡିକ ତୁରନ୍ତ ସମାଧାନ କରିବା ପ୍ରାଥମିକତା ରହିବ ବୋଲି କହିଥିଲେ।