ଥାନାରେ ପଡ଼ିଲା ହାତଗଣ୍ଠି : ପୁଅ-ଝିଅଙ୍କ ପ୍ରେମକୁ ସହମତି ଦେଲେ ପରିବାର

Spread the love

ଏବେ ଅନେକ ସ୍ଥାନରେ ପ୍ରେମ ବିବାହ ପାଇଁ ଦୁଇ ପରିବାର ମଧ୍ୟରେ ସହମତି ହୋଇ ପାରୁନଥିବାରୁ ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ପ୍ରେମ ବିଚ୍ଛେଦ ଯାଏ କଥା ଯାଉଛି । ପ୍ରେମିକ ନାଁରେ ବ୍ଲାକମେଲିଂ ଭଳି ଗୁରୁତର ଅଭିଯୋଗ ଆସୁଛି । ଏଭଳି କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନାଞ୍ଚଳରେ ହୋଇଥିବା ଏକ ଆଦର୍ଶ ପ୍ରେମ ବିବାହ ଏଥିରେ ବ୍ୟତିକ୍ରମ ବୋଲି କୁହାଯାଇପାରେ । ମହାକାଳପଡ଼ା ଥାନା ପରିସରରେ ଥିବା ମନ୍ଦିରରେ ବିବାହ ଅନୁଷ୍ଠିତ ହୋଇ ପ୍ରେମିକ-ପ୍ରେମିକା ପରସ୍ପରକୁ ପତି-ପତ୍ନୀ ଭାବେ ଗ୍ରହଣ କରିଛନ୍ତି । 

ମିଳିଥିବା ସୂଚନା ଅନୁସାରେ , ମହାକାଳପଡ଼ା ଥାନା ଅଧୀନ ରଡ଼ିଆ ଗ୍ରାମର ୨୨ ବର୍ଷୀୟ ଯୁବକ ସୁଧାଂଶୁ ରଞ୍ଜନ ରାଉତ ସେହି ଗ୍ରାମର କୃତିବାସ ଜେନାଙ୍କ ୨୦ ବର୍ଷୀୟା ଝିଅ ପୂର୍ଣ୍ଣିମାଙ୍କୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ । ପ୍ରଥମେ ବନ୍ଧୁତା ଓ ପରେ ସେମାନେ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ । ହେଲେ ତାଙ୍କ ପରିବାର ଲୋକେ ଏ ବିଷୟରେ ଜାଣିନଥିଲେ । ଗତକାଲି ରାତିରେ ପୂର୍ଣ୍ଣିମାଙ୍କୁ ଯଅଁରାସ୍ଥିତ ତାଙ୍କ ଅସ୍ଥାୟୀ ଘରେ ସୁଧାଂଶୁ ଦେଖା କରିବାକୁ ଆସିଥିଲେ । କିନ୍ତୁ ସେମାନଙ୍କ ପ୍ରେମ ସମ୍ପର୍କ ଦୁନିଆ ଆଖିରେ ଧରା ପଡ଼ିଯାଇଥିଲା । ଏହା ଦେଖି ଗ୍ରାମର କିଛି ଲୋକ ମହାକାଳପଡ଼ା ଥାନାକୁ ଖବର ଦେଇଥିଲେ । ସୁଧାଂଶୁଙ୍କୁ ଥାନାକୁ ଡକାଯାଇଥିଲା । ପରେ ଉଭୟ ଝିଅ ଓ ପୁଅଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେମାନେ ପ୍ରେମ ସମ୍ପର୍କରେ ଥିବା ସ୍ବୀକାର କରିଥିଲେ। ଉଭୟ ସାବାଳକ ହୋଇଥିବାରୁ ଦୁହେଁ କହିଥିଲେ ଯେ ‘ଆମେ ପରସ୍ପରକୁ ଭଲ ପାଉଛୁ , ଆମେ ବିବାହ କରି ଏକାଠି ରହିବାକୁ ଚାହୁଛୁ ।’ ଏହି କଥା ଶୁଣିବା ପରେ ଉଭୟ ପରିବାରଙ୍କୁ ଡକା ଯାଇଥିଲା । ସେମାନେ ମଧ୍ୟ ପୁଅଝିଅଙ୍କ ଇଚ୍ଛା ବିରୁଦ୍ଧରେ ଯାଇନଥିଲେ ବରଂ ଖୁସି ଥିବା କହି ପ୍ରେମ ବିବାହ ସପକ୍ଷରେ ସମ୍ମତି ଦେଇଥିଲେ । ପରେ ଉଭୟ ପରିବାର ସଦସ୍ୟ , ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର ଓ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ଥାନା ପରିସରରେ ବିବାହ ସଂପନ୍ନ ହୋଇଥିଲା । 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading