ତାଳଚେରରୁ ଜମ୍ମୁ-କାଶ୍ମୀର ଡାକିନେଲା ମୃତ୍ୟୁ, ଡେପୁଟେସନରେ ଯାଇ ଡ୍ୟୁଟି ବେଳେ ଯବାନ ସହିଦ

Spread the love

ପରଜଙ୍ଗ: ଜାମୁ-କାଶ୍ମୀରରେ ଓଡ଼ିଆ ଯବାନ ସହିଦ । କିସ୍ତୱାରରେ ଗତ ଗୁରୁବାର ହୋଇଥିବା ବାଦଲ ଫଟା ବର୍ଷା ଓ ଭୂସ୍ଖଳନରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ମୃତ ଯବାନ ଜଣଙ୍କ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମାଣିକମରା ଗାଁର ମନୋଜ ବିଶ୍ଵାଳ । ଚିସୁତି ଗାଁ ପାହାଡ଼ ଶିଖର ମଚଳି ମାତା ମନ୍ଦିର ଯାତ୍ରା ଡ୍ୟୁଟିରେ ଥିବାବେଳେ ବାଦଲ ଫଟା ବର୍ଷା ପରେ ଭୂ-ସ୍ଖଳନ ହୋଇଥିଲା ।


ସେବେଠୁ କିସ୍ତୱାରେ ୨୦୦ରୁ ଅଧିକ ନିଖୋଜ ଥିବା ବେଳେ ଶନିବାର ଓଡ଼ିଆ ଯବାନ ମନୋଜଙ୍କ ମୃତଦେହ ମିଳିଥିଲା । ମନୋଜଙ୍କ ଦେହାନ୍ତ ଖବର ପାଇ ମାଣିକମରା ଗାଁରେ ଶୋକର ଛାୟା ଖେଳି ଯାଇଛି । ମନୋଜଙ୍କ ସ୍ତ୍ରୀ ଓ ଦୁଇ ଝିଅ ଅଛନ୍ତି । ମନୋଜ ତାଳଚେର ଟିଟିପିଏସ୍‌ରେ ନିଯୁକ୍ତ ଥିବାରୁ ସେଠାରେ ଘରଭଡ଼ା ନେଇ ପତ୍ନୀ ଓ ୨ ଝିଅଙ୍କ ସହ ରହୁଥିଲେ । ମନୋଜଙ୍କ ସାନ ଭାଇ ମଧ୍ୟ CISFରେ କାର୍ଯ୍ୟରତ ।


ମନୋଜ ନିୟୋଜିତ ଥିବା ଚିସୁତି ଗାଁ ପାହାଡ଼ ମନ୍ଦିରରେ ଯାତ୍ରା ଜୁଲାଇ ୨୫ରୁ ଆରମ୍ଭ ହୋଇଥିଲା । ଏହା କିସ୍ତୱାର ଜିଲ୍ଲା ଠାରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଯାତ୍ରା ସେପ୍ଟେମ୍ବର ୫ରେ ସରିବାର ଥିଲା । ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ପରେ ଏହି ଯାତ୍ରାକୁ ବନ୍ଦ କରିଦିଆ ଯାଇଛି । ଭୂସ୍ଖଳନରେ ଏବେ ସୁଦ୍ଧା ୭୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଏବେ ବି ୨୦୦ରୁ ଅଧିକ ନିଖୋଜ ଅଛନ୍ତି ।


କିସ୍ତୱାରରେ ଆଖି ପାଇବା ଯାଏ କେବଳ ଧ୍ଵଂସ ହିଁ ଧ୍ଵଂସ ଦେଖିବାକୁ ମିଳୁଛି । ଏବେ ବି ମାଟିକାଦୁଅ ଓ ପଥର ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ପ୍ରତିକୂଳ ପାଣିପାଗ ସତ୍ତ୍ଵେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ବାଦଲ ଫଟା ବର୍ଷା ପରେ ପାଣି ସହ ବଡ଼ ବଡ଼ ପଥର ଖଣ୍ଡ ଓ ଗଛ ଭାସି ଆସି ଘର, ଦୋକାନ ଆଦି ଭସାଇ ନେଇଥିଲା ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading

Subscribe