ଜାତୀୟ ଶିକ୍ଷା ନୀତିରୁ ୩ ଭାଷା ନୀତିକୁ ନେଇ ବିବାଦ ଚାଲିଥିବା ବେଳେ ବଡ଼ ପଦକ୍ଷେପ ନେଇଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ସେ ତାମିଲନାଡୁ ପାଇଁ ନୂଆ ଶିକ୍ଷା ନୀତି ଲାଗୁ କରିଛନ୍ତି। ଏହି ନୀତିକୁ ସାର୍ବଜନୀନ କରି ଷ୍ଟାଲିନ କହିଛନ୍ତି ଯେ ରାଜ୍ୟ କେବଳ ଦୁଇଟି ଭାଷା ଫର୍ମୁଲାକୁ ଅନୁସରଣ କରିବ। ସ୍କୁଲରେ ତାମିଲ ଓ ଇଂରାଜୀ ଭାଷାରେ ପିଲାମାନଙ୍କୁ ପାଠପଢ଼ାଯିବ।
ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଆଜିର କାର୍ଯ୍ୟକ୍ରମରେ ସରକାରୀ ସ୍କୁଲରେ ପାଠପଢ଼ି ଦେଶର ଖ୍ୟାତନାମା ଶିକ୍ଷାନୁଷ୍ଠାନରେ ନିଜର ଆଡିମିସନକୁ ନିଶ୍ଚିତ କରିଥିବା ୯୦୧ ଶିକ୍ଷାର୍ଥୀଙ୍କୁ ସମ୍ମାନୀତ କରିଛନ୍ତି। ଚଳିତ ଶିକ୍ଷା ବର୍ଷରେ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ତାମିଲନାଡୁର ୭୫% ପିଲା ଉଚ୍ଚ ଶିକ୍ଷା ପାଇଁ ନାଁ ପଞ୍ଜିକରଣ କରିଛନ୍ତି। ଆଗାମୀ ବର୍ଷରେ ଏହାକୁ ୧୦୦%ରେ ପହଞ୍ଚାଇବା ପାଇଁ ତାଙ୍କ ସରକାରଙ୍କ ଲକ୍ଷ୍ୟ ବୋଲି ଷ୍ଟାଲିନ କହିଛନ୍ତି।
ସେ କହିଛନ୍ତି, “ଆମେ ଆମ ଶିକ୍ଷା ବ୍ୟବସ୍ଥାରେ ପ୍ରତିକ୍ରିୟା ସୃଷ୍ଟି କରୁଥିବା ଚିନ୍ତା ଧାରାକୁ ଅନୁମତି ଦେଇ ପାରିପାରିବୁ ନାହିଁ। ଆମ ରାଜ୍ୟ ଶିକ୍ଷା ନୀତିର ଲକ୍ଷ୍ୟ ହେଲା ସମାନତା ଓ ତର୍କ ସଂଗ ଶିକ୍ଷା ପ୍ରଦାନ କରିବା। ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ସହ ପ୍ରତିଯୋଗିତା କରୁଥିବା ଶିକ୍ଷାର୍ଥୀଙ୍କ ପାଇଁ ଏହା ଗୋଟିଏ ମଞ୍ଚ ଭାବେ କାମ କରିବ।”
କାହିଁକି ଲାଗୁ କରାଗଲା?
ତାମିଲନାଡୁ ସରକାରଙ୍କ ଦ୍ୱାରା ଗଠିତ ଗୋଟିଏ କମିଟି ରାଜ୍ୟ ଶିକ୍ଷା ନୀତିକୁ ପ୍ରସ୍ତୁତ କରିଛି। ଏହି କମିଟିର ନେତୃତ୍ୱ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଡି ମୁରୁଗେସନ ନେଇଥିଲେ। ସେ ନିଜର ରିପୋର୍ଟକୁ ୨୦୨୪ରେ ସରକାରଙ୍କୁ ଦେଇଥିଲେ। ଏହାପୂର୍ବରୁ ସମଗ୍ର ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଶିକ୍ଷା ନୀତି ପ୍ରଚଳନ କରାଯାଇଛି।
ଏଥିରେ ହିନ୍ଦୀକୁ ବାଧ୍ୟତାମୂଳକ କରାଯାଇଥିବାରୁ ତାମିଲନାଡୁରେ ଏହାକୁ ଜୋରଦାର ବିରୋଧରେ କରାଯାଇଥିଲା। ରାଜ୍ୟର କ୍ଷମତାସୀନ ଡିଏମକେ ସରକାର ମଧ୍ୟ ଜାତୀୟ ଶିକ୍ଷା ନୀତିକୁ ବିରୋଧ କରିଥିଲେ। ଏହାକୁ ସାମାଜିକ ନ୍ୟାୟ ବିରୋଧୀ ବୋଲି କହିଥିଲେ।
ରାଜ୍ୟ ଉପରେ କେନ୍ଦ୍ର ସରକାର ହିନ୍ଦୀ ଭାଷାକୁ ବଳପୂର୍ବକ ଲଦିକୁ ଚାହୁଁଥିବା ସରକାର କହିବା ସହ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଏବେ ଷ୍ଟାଲିନ ସରକାର ନିଜସ୍ୱ ଶିକ୍ଷା ନୀତି ଆଣିଛନ୍ତି।