ଡାଇବେଟିସ୍‌ ବଡ଼ କାରଣ ହୋଇପାରେ ଏହି କାମ: ହୋଇଯାନ୍ତୁ ସତର୍କ

Spread the love

ଧୂମ ପାନ ଏଭଳି ଏକ ଅଭ୍ୟାସ ଯାହା ସାମୟିକ ଆନନ୍ଦ ଦେଲେ ମଧ୍ୟ ପରୋକ୍ଷରେ କେତେକ ପ୍ରମୁଖ ରୋଗର କାରଣ ସାଜିଥାଏ। ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ନିୟମିତ ଧୂମପାନ କରୁଥିବା ବ୍ୟକ୍ତି ଭବିଷ୍ୟତରେ ଡାଇବେଟିସ୍‌ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଏହି ସର୍ଭେ ପରିସରଭୁକ୍ତ କେତେକ ବ୍ୟକ୍ତିଙ୍କଠାରେ ସେମାନେ ଏଭଳି ଲକ୍ଷଣ ଦେଖିବାକୁ ପାଇଥିଲେ। ପ୍ରଥମ ପ୍ରକାର ଧୂମ ହେଲା ଯାହା ଧୂମପାୟୀ ବ୍ୟକ୍ତିର ଶରୀରକୁ ଯାଏ। ଦ୍ୱିତୀୟ ପ୍ରକାର ଧୂମ ହେଲା ଯାହା ଧୂମପାୟୀ ବ୍ୟକ୍ତି ବାହାରକୁ ଛାଡ଼ିଥାଏ। ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ସମସ୍ତ ପ୍ରକାର ହୃଦ୍‌ରୋଗଜନିତ ରୋଗର ୨୦ ପ୍ରତିଶତ ଧୂମପାନ ଯୋଗୁ ହୋଇଥାଏ। ଧୂମପାନ ଫୁସ୍‌ଫୁସ୍‌କୁ କ୍ଷତି ପହଞ୍ଚାଇବା ସହିତ ସ୍ବାସ୍ଥ୍ୟାବସ୍ଥାକୁ ଅଧିକ ମାତ୍ରାରେ କ୍ଷତି କରିଥାଏ। ତମାଖୁର ସୂକ୍ଷ୍ମ କଣିକା ଶରୀର ମଧ୍ୟକୁ ଯାଇ ନିମୋନିଆ, ଏମଫିସିମା, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଓ କ୍ୟାନ୍‌ସର ପରି ଜୀବନନାଶକ ରୋଗ ସୃଷ୍ଟି କରିଥାଏ। ଧୂମପାନ ତ୍ୟାଗର ମାତ୍ର କେଇ ମାସ ମଧ୍ୟରେ ଅନେକ ଉନ୍ନତି ମିଳିଥାଏ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading