ଟ୍ରମ୍ପ ଦେଲେ ଧମକ…କହିଲେ, ମୁଁ କାର୍ଡ ଖେଳିଲେ, ବର୍ବାଦ ହୋଇଯିବ ଚୀନ୍

Spread the love

ଭାରତ ପରେ ଏବେ ଚୀନ୍ ପାଳି । ଧମକ ଦେଲେ ଆମେରିକା ରାଷ୍ଟ୍ରପତି । କହିଲେ, ମୋ ପାଖରେ ଏମିତି କାର୍ଡ ଅଛି, ବର୍ବାଦ ହୋଇଯିବ ଚୀନ୍ । 


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି, କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଅଗଷ୍ଟ ୨୭ରୁ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି । ତେବେ ଏହା ଲାଗୁ ହେବା ପୂର୍ବରୁ ଆଉ ଏକ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥର କିନ୍ତୁ ଭାରତକୁ ନୁହେଁ, ଟ୍ରମ୍ପ ଚୀନକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଆମେରିକା ପାଖରେ କିଛି କାର୍ଡ ଅଛି ଯାହା ସେମାନେ ଖେଳିବାକୁ ଚାହାଁନ୍ତି ନାହିଁ । ଏହା କହିବା ସମୟରେ ସେ ଆହୁରି କହିଛନ୍ତି ଯେ, ଚୀନ ଏବଂ ଆମେରିକା ଏକ ଭଲ ବନ୍ଧୁତା ଆଡକୁ ଗତି କରୁଛନ୍ତି । ଆଜିକାଲି ଭାରତ ଏବଂ ଚୀନ ମଧ୍ୟ ନିକଟତର ହୋଇଛନ୍ତି। ଏହି କଥାକୁ ମଧ୍ୟ ସହଜରେ ଗ୍ରହଣ କରିପାରୁନାହାନ୍ତି ଆମେରିକା ରାଷ୍ଟ୍ରପତି ।

ୱାଶିଂଟନ ଡିସିରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଟ୍ରମ୍ପ କହିଛନ୍ତି, “ଆମର ଚୀନ ସହିତ ଭଲ ସମ୍ପର୍କ ରହିବ । ସେମାନଙ୍କର କିଛି ଭଲ କାର୍ଡ ଅଛି, କିନ୍ତୁ ଆମର ଅବିଶ୍ୱସନୀୟ କାର୍ଡ ଅଛି। ତଥାପି, ମୁଁ ସେହି କାର୍ଡ ଖେଳିବାକୁ ଚାହୁଁନାହିଁ। ଯଦି ମୁଁ ସେହି କାର୍ଡ ଖେଳେ, ତେବେ ଚୀନ ବର୍ବାଦ ହୋଇଯିବ । କିନ୍ତୁ ମୁଁ ସେହି କାର୍ଡ ଖେଳିବି ନାହିଁ ବୋଲି ଟ୍ରମ୍ପ କହିଛନ୍ତି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading