୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କର ଅଡ଼ୁଆ ବଢ଼ିଛି। ଓଡ଼ିଶା ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେବା ପରେ ଯେକୌଣସି ମୁହୂର୍ତ୍ତରେ ସିବିଆଇ ତାଙ୍କୁ ଗିରଫ କରିବାର ଆଶଙ୍କା ଦେଖାଦେଇଛି। ଶ୍ରୀ ସେଠୀଙ୍କ ସପକ୍ଷରେ ଜୁଲାଇ ୩ ତାରିଖରେ ଜାରି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେବା ସହ ସିବିଆଇ ଦ୍ୱାରା ରୁଜୁ ଦୁର୍ନୀତି ମାମଲାରେ ତାଙ୍କର ସକ୍ରିୟ ଭାଗିଦାରୀ ନେଇ ପର୍ଯ୍ୟାପ୍ତ ପ୍ରାଥମିକ ପ୍ରମାଣ ରହିଥିବାରୁ ତାଙ୍କୁ ହେପାଜତକୁ ନେଇ ପଚରାଉଚୁରାର ଆବଶ୍ୟକତା ଥିବା କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ ୧୦ ଲକ୍ଷ ଟଙ୍କାର ଲାଂଚ କାରବାରରେ ଆଇଏଏସ୍ ଶ୍ରୀ ସେଠୀଙ୍କ ସମ୍ପୃକ୍ତି ଥିବାର ପ୍ରମାଣ ସିବିଆଇକୁ ମିଳିଥିବା ଜଣାପଡ଼ିଛି।