ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନର ଗୁମର ଖୋଲିଲା ଭାରତ

Spread the love

ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ରେ ପାକିସ୍ତାନ ଅସଲ ଗୁମର ଖୋଲିଛି ଭାରତ। ୟୁଏନଏସସିରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି ଆମ୍ବାସାଡାର ପି ହରିଶ ଇସଲାମାବାଦ ଉପରେ ପ୍ରବଳ ବର୍ଷିଛନ୍ତି। ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରୁଥିବେ ବେଳେ ନିଜର ଅର୍ଥନୀତିକୁ ଠିକ ଭାବେ ପରିଚାଳନା କରିପାରୁ ନଥିବା କଥା କହିଛନ୍ତି ହରିଶ।

ଶାନ୍ତି ଓ ବହୁପକ୍ଷୀୟ ସହଯୋଗ ଉପରେ ଆୟୋଜିତ ଉଚ୍ଚସ୍ତରୀୟ ବିତର୍କରେ ହରିଶ ପାକିସ୍ତାନକୁ ଆଇଏମଏଫ ଠାରୁ ନିୟମିତ କରଜ କରୁଥିବା ଗୋଟିଏ ଦେଶ ଭାବେ ଆଖ୍ୟା ଦେଇଛନ୍ତି। ଏଥିସହ ପାକିସ୍ତାନ ଏମିତି ଏକ ଦେଶ ଯିଏ କଟରତା ଓ ଆତଙ୍କବାଦରେ ବୁଡ଼ି ରହିଛି ବୋଲି ସେ କହିଛନ୍ତି।

ପାକିସ୍ତାନ ପ୍ରତିନିଧି ଭାରତ ସମ୍ପର୍କରେ କରିଥିବା ଟିପ୍ପଣୀ ଉପରେ ହରିଶ କହିଛନ୍ତି, “ଭାରତୀୟ ଉପମହାଦ୍ୱୀପ ପ୍ରଗତି, ସମୃଦ୍ଧି ଓ ବିକାଶର ମଡେଲ ମାମଲାରେ ସଂପୂର୍ଣ୍ଣ ଭାବେ ବିପରୀତ। ଗୋଟିଏ ପଟେ ଭାରତ ପରିପକ୍ୱ ଗଣତନ୍ତ୍ର, ବର୍ଦ୍ଧିତ ଅର୍ଥନୀତି, ବହୁଳବାଦୀ ଓ ସମାବେଶୀ ସମାଜର ଉଦାହରଣ ସୃଷ୍ଟି କରୁଥିବା ଦେଶ। ଅନ୍ୟପଟେ ପାକିସ୍ତାନ ଏମିତି ଏକ ଦେଶ ଯିଏ ଆତଙ୍କବାଦ ଓ କଟରତାରେ ବୁଡ଼ି ରହିଛି। ଆଇଏମଏଫ ଠାରୁ ନିୟମିତ କରଜ କରୁଥିବା ଦେଶ ହେଉଛି ପାକିସ୍ତାନ। ଅନ୍ତର୍ଜାତୀୟ ସମୂହ ଅସ୍ୱୀକାର କରୁଥିବା କାର୍ଯ୍ୟରେ ଲିପ୍ତ ରହି ଅନ୍ୟକୁ ଉପଦେଶ ଦେବା ଆଦୌ ଉଚିତ ନୁହେଁ।”

ଏପ୍ରିଲ ୨୨ ପହଲଗାମ ନରସଂହାରର ଉଦାହରଣ ଦେଇ ହରିଶ ଆତଙ୍କବାଦ ମାମଲାରେ ଉତ୍ତରଦାୟୀ କରାଯିବାର ଆବଶ୍ୟକତା ସମ୍ପର୍କରେ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, “ସୀମା ପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଅନ୍ତର୍ଜାତୀୟ ସମ୍ପର୍କ ଓ ଭଲ ପଡ଼ୋଶୀ ନୀତିକୁ ଉଲ୍ଲଙ୍ଘନ କରୁଥିବା ଦେଶକୁ ଏହାର ପରିଣାମ ଭୋଗିବାକୁ ହେବ। ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲା ପରେ ଓ ୨୫ ଏପ୍ରିଲରେ ସୁରକ୍ଷା ପରିଷଦର ବୟାନ ଆଧାରରେ ଭାରତ ପକ୍ଷରୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜମ୍ମୁକଶ୍ମୀରରେ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରି ଅପରେସନ ସିନ୍ଦୂର ଆରମ୍ଭ କରିଥିଲା।

ଏହା ସଂପୂର୍ଣ୍ଣ ଭାବେ କେନ୍ଦ୍ରିତ, ଶନ୍ତୁଳିତ ଓ ଆକ୍ରମଣାତ୍ମକ ନଥିଲା। ପ୍ରାଥମିକ ଉଦ୍ଦେଶ୍ୟ ପୂରଣ ହେବା ପରେ ପାକିସ୍ତାନର ଅନୁରୋଧକ୍ରମେ ସୈନ୍ୟ ଗତିବିଧିକୁ ସିଧାସଳଖ ବନ୍ଦ କରାଯାଇଥିଲା।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading