ଜାତା କାର୍ତ୍ତିକେୟନ ଧରିବେ କି ବିଜେଡି ମଙ୍ଗ !

Spread the love

ପାଣ୍ଡିଆନଙ୍କ ଧମକ ପୂର୍ଣ୍ଣ ତାଗିଦର ପ୍ରତି ଜବାବରେ ତେରଛା ବାଣ ମାରି ପାଲଟା ବର୍ଷିଛନ୍ତି ରାଜା ।

ବହୁଦିନ ହେବ ଅନ୍ଧାରିଆ ଥିବା ଘରକୁ ଆଲୋକିତ କରିବା ପାଇଁ ମୁଁ ବାହାରିଛି ।

ଆଗକୁ ଶ୍ରୋତ ବିରୁଦ୍ଧରେ କାର୍ଯ୍ୟ କରାଯିବ ।

ବିଜେଡିକୁ କବଜାରେ ରଖିବାକୁ ବଡ଼ ପ୍ଲାନ୍ କରିଛନ୍ତି କି ପାଣ୍ଡିଆନ । ଚର୍ଚ୍ଚା ହେଉଛି ପାଣ୍ଡିଆନଙ୍କ ସ୍ତ୍ରୀ ସୂଜାତାଙ୍କ ହାତରେ ଶଙ୍ଖ ଦଳର ଲଗାମ ଧରାଇବାକୁ ପାଣ୍ଡିଆନ କ୍ୟାମ୍ପ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ୟା ଭିତରେ କୁହାଯାଉଛି ପାଣ୍ଡିଆନଙ୍କ ପ୍ଲାନରେ କଣ୍ଟା ସାଜିଛନ୍ତି ବିଜେଡିର ବରିଷ୍ଠ ନେତା । ଦେବାଶିଷଙ୍କ ପରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବୟାନରୁ ଆଜି ସାମ୍ନାକୁ ଆସିଛି ଅସନ୍ତୋଷର ବାର୍ତ୍ତା । ନେତାଙ୍କୁ ଧମକାଉଛନ୍ତି ପାଣ୍ଡିଆନ ରାଜାଙ୍କ କଥାରୁ ଏହା ସ୍ପଷ୍ଟ ହୋଇଛି ।

ଦେବାଶିଷଙ୍କ ପରେ ରାଜା । ପାଣ୍ଡିଆନ ଦମ୍ପତିଙ୍କୁ ନେଇ ବିଜେଡି ଭିତରେ ବଢୁଛି ଅସନ୍ତୋଷ । ନବୀନଙ୍କ ସ୍ଵାସ୍ଥ୍ୟବସ୍ଥା ପ୍ରସଙ୍ଗରେ ରାଜ୍ୟବାସୀ ଓ ଦଳୀୟ ନେତାଙ୍କୁ ଅନ୍ଧାରରେ ରଖା ଯାଉଥିବା କହି ରାଜାଙ୍କ ଅଡିଓରେ ମୋହର ମାରିଥିଲେ ଦେବାଶିଷ । ଆଉ ଏବେ ସେହି ଚର୍ଚ୍ଚିତ ବାକ୍ୟ, ଆଇ ଆମ ଡାଉନ୍‌ ବଟ୍‌ ନଟ୍‌ ଆଉଟ୍‌କୁ ଦୋହରାଇ ପାଣ୍ଡିଆନ ଧମକାଇଥିବା ସ୍ପଷ୍ଟ କଲେ ରଣେନ୍ଦ୍ର ।

ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁଜାତା କାର୍ତ୍ତିକେୟନଙ୍କୁ ପ୍ରଶ୍ନ କରି ଅସନ୍ତୋଷ ଜାହିର କରିବା ପରେ ସୃଷ୍ଟି ହୋଇଥିବା ପରିସ୍ଥିତି ଏବେ ଭୟଙ୍କର ରୂପ ନେଇଛି । ସେଦିନ ପାଣ୍ଡିଆନଙ୍କ ଧମକ ପୂର୍ଣ୍ଣ ତାଗିଦର ପ୍ରତି ଜବାବରେ ତେରଛା ବାଣ ମାରି ପାଲଟା ବର୍ଷିଛନ୍ତି ରାଜା । କହିଛନ୍ତି, ବହୁଦିନ ହେବ ଅନ୍ଧାରିଆ ଥିବା ଘରକୁ ଆଲୋକିତ କରିବା ପାଇଁ ମୁଁ ବାହାରିଛି । ଆଗକୁ ଶ୍ରୋତ ବିରୁଦ୍ଧରେ କାର୍ଯ୍ୟ କରାଯିବ ।

ସେପଟେ ଦେବାଶିଷ ସାମନ୍ତରାୟଙ୍କ ସାକ୍ଷାତକାର ବିଜେଡି ଭିତରେ ନିଆଁ ଲଗାଇଛି । ଦଳ ପାଇଁ କିଛି ଅବଦାନ ନଥିବା ଭୈରବ ପାଣ୍ଡିଆନ, ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଅନ୍ଧକାରରେ ରଖୁଥିବା ଅଭିଯୋଗ ଦେବାଶିଷ ଆଣିବା ପରେ ବିଜେଡି ଭିତରେ ସୃଷ୍ଟି ହୋଇଛି କମ୍ପନ । ଦେବୀ ମିଶ୍ର କହିଛନ୍ତି ଏହା ତାଙ୍କ ବ୍ୟକ୍ତିଗତ ମନ୍ତବ୍ୟ, ସେନେଇ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ।

ଅନ୍ୟପଟେ ବିଜେଡିର ଏହି ସ୍ଥିତିକୁ ନେଇ ବିସ୍ଫୋରକ ବୟାନ ରଖିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ସରୋଜ କହିଛନ୍ତି ପାର୍ଟି ଫଣ୍ଡ ହଡ଼ପ କରିବା ଲାଗି ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ । ପାର୍ଟି ଫଣ୍ଡ ପାଇଁ କେତେବେଳେ ନବୀନ ପଟ୍ଟନାୟକଙ୍କର କଣ ହେବ କେହି କହି ପାରିବେ ନାହିଁ । ସାଧାରଣରେ ଚର୍ଚ୍ଚା ପାର୍ଟି ଫଣ୍ଡ ପାଇଁ ନବୀନଙ୍କ ଜୀବନ ବି ଯାଇପାରେ । ପାଣ୍ଡିଆନ ଦମ୍ପତିଙ୍କୁ ନେଇ ବିଜେଡି ଭିତରେ ଲାଗି ରହିଥିବା ଏହି କନ୍ଦଳ ଆଗକୁ କେଉଁ ରୂପ ନେଉଛି ତାହା ଉପରେ ନଜର ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading