ଜମ୍ମୁ କଶ୍ମୀରରେ ବାଦଲଫଟା ବର୍ଷା ପରେ ଭୂମିକମ୍ପ ଝଟକା, ଭୟରେ ଲୋକ

Spread the love

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀର କୁପୱାଡା ଜିଲ୍ଲାରେ ୩.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁସାରେ, ମଧ୍ୟାହ୍ନ ପ୍ରାୟ ୧ଟା ୩୯ ମିନିଟରେ ଅନୂଭୂତ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଭୂ-ଗର୍ଭର ୫ କିଲୋମିଟର ତଳେ ସୃଷ୍ଟି ହୋଇଥିଲା । ଏହି ଭୂମିକମ୍ପର ଉତ୍ପତି ସ୍ଥଳ ୩୪.୬୮ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୭୪.୩୯ ପୂର୍ବ ଦ୍ରାଘିମାରେ ଥିବା ଏନସିଏସ୍ ସୂଚିତ କରିଛନ୍ତି ।

ଜମ୍ମୁ କୁପୱାଡା ଏବଂ ଡୋଡା ଜିଲ୍ଲାରେ ଭୂକମ୍ପ ଯୋଗୁଁ ସ୍ଥାନୀୟ ଲୋକ ଚିନ୍ତାରେ ରହିଛନ୍ତି । ପୁଞ୍ଚ ଜିଲ୍ଲାରେ ଆସିଥିବା ବନ୍ୟା ଗୁଁ ଲୋକଙ୍କ ସମସ୍ୟା ବଢିଛି ।

ବୁଧବାର ଦିନ ହିମାଚଳ ପ୍ରଦେଶ ଚାମ୍ବାରେ ବୁଧବାର ହୋଇଥିବା ଦୋହରା ଭୂମିକମ୍ପ ପରେ ଆସିଛି । ଏଥିରୁ ପ୍ରଥମ ଭୂମିକମ୍ପ ଭୋର ୩ଟା ୨୭ ମିନିଟରେ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା ୩.୩ ରେକର୍ଡ କରାଯାଇଥିଲା । ଏହି କମ୍ପନର ପାଖାପାଖି ୧ ଘଣ୍ଟା ପରେ ଅର୍ଥାତ ଭୋର ୪ଟା ୩୯ ମିନିଟରେ ଭୂ-ଗର୍ଭର ୧୦ କିଲୋମିଟର ଗଭୀରତାରେ ଆଉ ଏକ କମ୍ପନ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading