ନୂଆଦିଲ୍ଲୀ,୨୯/୦୭: ଚୀନର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା । ଫଳରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜଧାନୀରେ ୮୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତରିତ ଲୋକଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ ବି କରାଯାଉଛି ।ସେପଟେ ପାଣି ଜମି ରହିବା ହେତୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ୧୩୬ ଗ୍ରାମରେ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଇଛି।
ରିପୋର୍ଟ ଅନୁଯାୟୀ, ବେଜିଂର ମିୟୁନ୍ ଜିଲ୍ଲାରେ ୨୮ଜଣ ଓ ୟାନକିଙ୍ଗରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତର ଚୀନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନ ହୋଇଛି। ସପ୍ତାହାନ୍ତରେ ଉତ୍ତର ଚୀନରେ ପ୍ରବଳ ବର୍ଷା ହୋଇଥିଲା, ଯେଉଁଥିରେ ହେବେଇ, ଜିଲିନ୍ ଏବଂ ଶାଣ୍ଡୋଙ୍ଗ ପ୍ରଦେଶ ଅନ୍ତର୍ଭୁକ୍ତ। ଅନ୍ୟପଟେ ସରକାରୀ ସିସିଟିଭି ରିପୋର୍ଟ ଅନୁଯାୟୀ, ବେଜିଂ ନିକଟସ୍ଥ ହେବେଇ ପ୍ରଦେଶରେ ଆଜି ସକାଳେ ଏକ ଭୂସ୍ଖଳନ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୮ ଜଣ ଏବେ ବି ନିଖୋଜ ଅଛନ୍ତି। ସେପଟେ ଲୁଆନପିଙ୍ଗ କାଉଣ୍ଟି ସୀମାନ୍ତବର୍ତ୍ତୀ ମିୟୁନ୍ ଜିଲ୍ଲାରେ ପ୍ରବଳ ବର୍ଷାରେ କାରଗୁଡ଼ିକୁ ଭାସିଯିବା ସହ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଛି । ସୋମବାର ସନ୍ଧ୍ୟାରେ, ରାଷ୍ଟ୍ରପତି ସି ଜିନପିଙ୍ଗ ମୃତ୍ୟୁସଂଖ୍ୟାଙ୍କୁ ରୋକିବା ପାଇଁ ସର୍ବସ୍ତରୀୟ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ବନ୍ୟା ବିପଦପୂର୍ଣ୍ଣ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କୁ ସ୍ଥାନାନ୍ତର ତ୍ୱରାନ୍ୱିତ କରିବାକୁ ସେ କର୍ତ୍ତୃପକ୍ଷଙ୍କୁ ଆହ୍ୱାନ କରିଛନ୍ତି।
Discover more from Emerging Odisha
Subscribe to get the latest posts sent to your email.