ଚଳନ୍ତା ଆମ ବସ୍‌ରେ ଲାଗିଲା ନିଆଁ, ଭିତରୁ ଯାତ୍ରୀମାନଙ୍କୁ…

Spread the love

ଖୋର୍ଦ୍ଧା,୨୧ା୮: ଗୁରୁବାର ମଧ୍ୟାହ୍ନ ୧୨ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ନିକଟସ୍ଥ ଗଡଖୋର୍ଦ୍ଧା ଛକରେ ଏକ ଚଳନ୍ତା ଆମ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଓଡ଼ିଶା ରାଜ୍ୟ ପରିବହନ ନିଗମର ଏକ ବସ (ଓଡି-୩୩, ୟୁ-୭୩୪୯) ଜଗତପୁରରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ବେଳେ ଗଡଖୋର୍ଦ୍ଧା ଛକ ନିକଟରେ ହଠାତ୍ ବସର ଇଞ୍ଜିନରୁ ଧୂଆଁ ବାହାରିବା ସହ ନିଆଁ ଲାଗିଯାଇଥିଲା। ଫଳରେ ବସଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ, ଯଦିଓ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବସରେ ୩୦ରୁ ଅଧିକ ଯାତ୍ରୀ ଥିବା ଜଣାପଡ଼ିଛି। ଡ୍ରାଇଭରଙ୍କ ତତ୍ପରତା ଯୋଗୁଁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବସରୁ ବାହାର କରାଯାଇଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ତାହା ପୂର୍ବରୁ ବସଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିଲା।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading