କୋଣାର୍କ, ୨୯।୭ : ବିଶ୍ଵ ଐତିହ୍ୟ କୋଣାର୍କ ସମ୍ମୁଖରୁ ହଟିଲା ସେଡ୍। ଏହା ସୂର୍ଯ୍ୟମନ୍ଦିର ସ୍ୟୈନ୍ଦର୍ଯ୍ୟକୁ ନଷ୍ଟ କରୁଥିବା ଅଭିଯୋଗ ହେବାରୁ ଏହାକୁ ରାତି ଅଧିଆ ଖୋଲାଯାଇଛି। ପ୍ରାୟ ୪୦ଲକ୍ଷ ଟଙ୍କାରେ ଟେଣ୍ଡର ଦିଆଯାଇ ଫେବ୍ରି ସେଡ୍ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଏଏସଆଇର ଭୁଲ ନିଷ୍ପତ୍ତି ଯୋଗୁଁ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଲା ବୋଲି ପର୍ଯ୍ୟଟକମାନେ କହିଛନ୍ତି।
ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ଏଏସଆଇ ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ପର୍ଯ୍ୟଟକଙ୍କ ପାଇଁ ଏହି ସେଡ୍ ବ୍ୟବସ୍ଥା କରିଥିଲା।
Discover more from Emerging Odisha
Subscribe to get the latest posts sent to your email.