କୋଟିପତି ସିନିୟର ଆସିଷ୍ଟାଣ୍ଟ ଗିରଫ: ବାବୁଙ୍କ ରହିଛି ୧୯ ପ୍ଲଟ୍, ୨ ବିଲ୍ଡିଂ

Spread the love

କଟକ : କୋଟିପତି ସିନିୟର ଆସିଷ୍ଟାଣ୍ଟ ଗିରଫ । ଆୟଠୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର ସାହାଣୀଙ୍କୁ ଗିରଫ କରିଛି ଭିଜିଲାନସ । ଆଜି ତାଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ ଜଜ କୋର୍ଟକୁ ଚାଲାଣ କରାଯିବ । ଭିଜିଲାନ୍ସ ରେଡ ବେଳେ ତାଙ୍କର ଦୁଇଟି ବିଲ୍ଡିଂ ଏବଂ ୧୯ ମୂଲ୍ୟବାନ ପ୍ଲଟ ଠାବ ହୋଇଛି। କଟକ ସହର ଓ ଏହାର ଆଖପାଖରେ ରହିଛି ସବୁ ପ୍ଲଟ । ଚୌଦ୍ବାରର ପଳାଶିଆରେ ଅଢ଼େଇ ଏକର ଜମିରେ ବାବୁଙ୍କର ରହିଛି କୁକୁଡ଼ା ଫାର୍ମ ।

ସେହିପରି ନୂଆସାହିରେ ୨୫ଶହ ବର୍ଗଫୁଟରେ ଏକ ତିନି ମହଲା କୋଠା ରହିଛି । ବରିଷ୍ଠ ସହାୟକ କିଶୋର ସାହାଣୀଙ୍କ ଘରୁ ମିଳିଛି ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା ଏବଂ ୧୩୫ ଗ୍ରାମ ସୁନା । ବିଭିନ୍ନ ବ୍ୟାଙ୍କ ଏବଂ ପୋଷ୍ଟାଲରେ ୫୫ ଲକ୍ଷ ୪୮ ହଜାର ଟଙ୍କା ଜମା ରହିଛି । ବାବୁଙ୍କର ଗୋଟିଏ ଚାରି ଚକିଆ ଓ ୩ଟି ଦୁଇ ଚକିଆ ଯାନ ଅଛି। ତାଙ୍କ ନାଁରେ ୧ କୋଟି ୨୪ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ ଥିଲା । ଆୟ ବହିର୍ଭୂତ ସଂପୂତ୍ତି ଠୁଳ ଅଭିଯୋଗରେ କିଶୋରଙ୍କ ଲିଙ୍କ୍ ରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ତେବେ ଏତେ ସଂପତ୍ତି କିପରି କମାଇଲେ ସେ ବାବଦରେ ବରିଷ୍ଠ ସହାୟକ କିଶୋର ସାହାଣୀ ଭିଜିଲାନସ ଅଧିକାରୀଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading