ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ଓ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ କହିଛନ୍ତି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ୍ରେ ଅଭାବନୀୟ ଘଟଣା ଘଟିଲା। ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ। ଗତ ୩ ମାସ ଧରି ଧାରାବାହିକ ଭାବେ ଏଭଳି ଘଟଣା ଘଟିଚାଲିଛି । ଏହା ପୁଲିସର ଅପାରଗତାକୁ ଦର୍ଶାଉଛି ବୋଲି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଏହି ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ହେଉ ବୋଲି ପ୍ରତାପ ଦେବ କହିଛନ୍ତି।
ପୁଲିସ ଘଟଣା ଘଟିବାର ୪ ଘଣ୍ଟା ପରେ କାହିଁକି ପହଞ୍ଚିଲେ ବୋଲି ବିଜେଡ଼ି ବିଧାୟକ ଧ୍ରୁବ ସାହୁ ପ୍ରଶ୍ନ କରିଛନ୍ତି। ପୁଲିସ ଡିଜିପି ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ କି ବୋଲି ବିଜେଡି ପ୍ରଶ୍ନ କରିଛି। ସେ ପିଲା କିଏ, କାହିଁକି ଏଫଆଇଆର ରଖାଗଲା ନାହିଁ। ଏ ସମସ୍ତ ଘଟଣାର ତଦନ୍ତ ହେବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ। ବିଗତ ଘଟଣା ଗୁଡ଼ିକରେ ପୁଲିସର ସମ୍ପୃକ୍ତି ରହିଛି। ଏହା ଉପରେ ସରକାର କି କାର୍ଯ୍ୟାନୁଷ୍ଠାନ ନେବେ। ନିଲମ୍ବନ କି ବଦଳି କଲେ ସମାଧାନ ଏହାର ହେବନି ବୋଲି ବିଜେଡି କହିଛି।