କେନାଲକୁ ଖସିଲା ଗାଡ଼ି, ୧୧ ମୃତ

Spread the love

ନୂଆଦିଲ୍ଲୀ ୦୩।୦୮; ଉତ୍ତରପ୍ରଦେଶ ଗୋଣ୍ଡାରେ ଭୟଙ୍କର ଦୁର୍ଘଟଣା ହୋଇଛି । ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା କାର୍ । ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ୪ ଜଣ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଗୋଣ୍ଡା ମୋତିଜଙ୍ଗ ଥାନା ସିହାଗାଓଁ-ଖରଗୁପୁରରେ ଏହି ଭୟଙ୍କର ଦୁର୍ଘଟଣା ହୋଇଛି । ରବିବାର ସକାଳେ ପୃଥ୍ବୀନାଥ ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ । ଏହି ସମୟରେ ଶ୍ରଦ୍ଧାଳୁ ଭର୍ତ୍ତି ଏକ ବୋଲେରୋ ନିୟନ୍ତ୍ରଣ ହରାଇ କେନାଲକୁ ଓଲଟି ପଡ଼ିଥିଲା। ବୋଲେରୋରେ ଥିବା ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଲୋକ ପୋଲିସକୁ କହିଛନ୍ତି କି ଲଗାତାର ବର୍ଷା ଯୋଗୁଁ ନଦୀକୂଳ ରାସ୍ତା ଧୋଇ ହୋଇ ଯାଇଥିଲା । ବୋଲେରୋଟି ଦ୍ରୁତଗତିରେ ଥିଲା । ଅଚାନକ ଗାଡ଼ିଟି ନିୟନ୍ତ୍ରଣ ହରାଇ କେନାଲକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକ ପ୍ରଥମେ ସେଠାରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ । ପୋଲିସକୁ ଅଘଟଣ ବାବଦରେ ଖବର ଦେଇଥିଲେ। 

ସୂଚନା ପାଇ ପୋଲିସ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ଆହତଙ୍କ ଉତ୍ତମ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading