କେନାଲ ବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଯୁବକଙ୍କୁ ଫିଙ୍ଗିଦେଇଥିବା ସନ୍ଦେହ

Spread the love

ଭୁବନେଶ୍ବର: କେନାଲ ବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର ।  ଭୁବନେଶ୍ବର ଦୟା ୱେଷ୍ଟ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।  ମୃତକ ଜ୍ୟୋତି ରଞ୍ଜନ ବେହେରା ।  କେହି ହତ୍ୟା କରି ଯୁବକଙ୍କୁ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି ।

ଘଟଣାସ୍ଥଳରେ ଯୁବକଙ୍କ ବାଇକ ପଡିଛି ।  ଗତକାଲିଠାରୁ ଯୁବକ ଜଣକ ନିଖୋଜ ଥିଲେ ।  ତାଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି ।  ଗତକାଲି ରାତିରେ ଯୁବକ ଜଣକ ହାଟ ଯାଇଥିଲେ।

କିନ୍ତୁ ରାତିରେ ଘରକୁ ନଫେରିବାରୁ ପରିବାର ଲୋକେ ଆଖ ପାଖ ଅଞ୍ଚଳରେ ଖୋଜା ଖୋଜି କରିଥିଲେ।  ଆଜି ସକାଳୁ ଦୟା ୱେଷ୍ଟ କେନାଲରେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।  ଏୟାରଫିଲ୍ଡ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading