କୁଆଖାଇ ସେତୁ ଉପରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

Spread the love

ଭୁବନେଶ୍ୱର : ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ । ବାରଙ୍ଗ କୁଆଖାଇ ସେତୁ ଉପରେ ସ୍କୁଟି ଚାଳକଙ୍କୁ ଅଜଣା ଗାଡ଼ି ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସାହିଲ ମାଝୀ । ଯୁବକଙ୍କ ଘର ବାରଙ୍ଗ ଥାନା ଗୋଠପୁର ଗ୍ରାମରେ। ଆଜି ସକାଳୁ ଯୁବକ ଜଣକ ବାଲିକୁଦା ପଟୁ ବାରଙ୍ଗ ଅଭିମୁଖେ ଆସୁଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଜୋନ ଏସିପି ଶଶିକାନ୍ତ ରାଉତ ପହଞ୍ଚିଛନ୍ତି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading

Subscribe